ଗାଜିଆବାଦ୍‌: ଉତ୍ତରପ୍ରଦେଶରେ କର୍କଟ ରୋଗରେ ପୀଡିତ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ହତ୍ୟା କରି ନିଜେ ଜୀବନ ହାରିବା ପ‌ରି ଦୁର୍ଭାଗ୍ୟଜନକ କଥା ଦେଖିବାକୁ ମିଳିଛି। ତାଙ୍କ ମୃତ୍ୟୁ ପରେ ମିଳିଥିବା ସୁଇସାଇଡ୍‌ ନୋଟ୍‌ରେ ଉଲ୍ଲେଖ କରାଯାଇଛି ଯେ ସେ ଅଯଥାରେ ଟଙ୍କା ନ‌ଷ୍ଟ କରିବାକୁ ଚାହାନ୍ତି ନାହିଁ ବୋଲି ଏପରି ଚରମ ନଷ୍ପତ୍ତି ନେଇଛନ୍ତି। ସେ ଓ ତାଙ୍କ ପତ୍ନୀ ସାଙ୍ଗ ହୋଇ ବଞ୍ଚିବା-ମରିବାର ଶପଥ ନେଇଥିବାରୁ ବ୍ୟକ୍ତି ଜଣକ ନିଜ ଜୀବନ ହାରିବା ପୂର୍ବରୁ ପ୍ରଥମେ ପତ୍ନୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। କାରଣ ସେ ନିଶ୍ଚିତ ଥିଲେ ଯେ ସେ କେବେ ବି କର୍କଟ ରୋଗରୁ ଭଲ ହେବେ ନାହିଁ; ଅଯଥାରେ ଟଙ୍କା ଖର୍ଚ୍ଚ ହେବ।

Advertisment

ପୀଡ଼ିତ କୁଳଦୀପ ତ୍ୟାଗୀ ଗାଜିଆବାଦର ରାଜ ନଗରରେ ଥିବା ତାଙ୍କ ଘରେ ଲାଇସେନ୍ସପ୍ରାପ୍ତ ବନ୍ଧୁକରେ ତାଙ୍କ ପତ୍ନୀଙ୍କୁ ଗୁଳି କରି ହତ୍ୟା କରିଥିବା ସୂଚନା ରହିଛି। 

ସେ ଥିଲେ ଗାଜିଆବାଦରେ ଜଣେ ରିଅଲ୍ ଇଷ୍ଟେଟ୍ ଡିଲର୍। ଗତକାଲି ତାଙ୍କ ପତ୍ନୀଙ୍କୁ ଗୁଳି କରିବା ପରେ ଆତ୍ମହତ୍ୟା କରିଛନ୍ତି। କୁଲଦୀପ ତ୍ୟାଗୀ (୪୬) ଏକ ସୁଇସାଇଡ ନୋଟ୍ ଛାଡିଥିଲେ; ଯେଉଁଥିରେ ଲେଖାଥିଲା ଯେ ତାଙ୍କୁ କର୍କଟ ରୋଗ ହୋଇଛି ଏବଂ ସେ ଚାହାଁନ୍ତି ନାହିଁ ଯେ ଚିକିତ୍ସାରେ ଟଙ୍କା ନଷ୍ଟ ନହେଉ। କାରଣ ଆରୋଗ୍ୟ ଅନିଶ୍ଚିତ। 

 ଏହି ଦମ୍ପତିଙ୍କ ପରିବାରରେ ଦୁଇ ପୁଅ ଏବଂ କୁଲଦୀପଙ୍କ ପିତା (ଜଣେ ଅବସରପ୍ରାପ୍ତ ପୁଲିସ) ଅଛନ୍ତି। ପୁଲିସ ଅନୁସାରେ, କୁଲଦୀପ ଗତକାଲି ସକାଳ ପ୍ରାୟ ୧୧ଟା ସମୟରେ ରାଜ ନଗର ଏକ୍ସଟେନସନର ରାଧା କୁଞ୍ଜ ସୋସାଇଟିରେ ତାଙ୍କ ପତ୍ନୀଙ୍କୁ ଲାଇସେନ୍ସପ୍ରାପ୍ତ ବନ୍ଧୁକରେ ଗୁଳି କରିବା ପରେ ଆତ୍ମହତ୍ୟା କରିଥିଲେ। ଘଟଣା ସମୟରେ ସେମାନଙ୍କ ପୁଅମାନେ ଘରେ ଥିଲେ ଏବଂ ଗୁଳି ଶବ୍ଦ ଶୁଣି ସେମାନଙ୍କ ବାପାମାଆଙ୍କ କୋଠରୀକୁ ଦୌଡ଼ି ଯାଇଥିଲେ। କୁଲଦୀପଙ୍କ ମୃତଦେହ ତଳେ ପଡ଼ିଥିବା ଏବଂ ତାଙ୍କ ପତ୍ନୀଙ୍କ ମୃତଦେହ ବିଛଣାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ସେମାନଙ୍କୁ ନିକଟସ୍ଥ ଏକ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ସେମାନଙ୍କୁ ମୃତ ଘୋଷଣା କରିଥିଲେ।

କୋଠରୀରୁ ଏକ ଆତ୍ମହତ୍ୟା ନୋଟ୍ ମିଳିଛି। "ମୁଁ କର୍କଟ ରୋଗରେ ପୀଡିତ, ଏବଂ ମୋ ପରିବାର ଏହା ବିଷୟରେ ଅଜ୍ଞ। ମୁଁ ଚାହୁଁନାହିଁ ଯେ ମୋର ଚିକିତ୍ସାରେ ଟଙ୍କା ନଷ୍ଟ ହେଉ କାରଣ ବଞ୍ଚିବା ଅନିଶ୍ଚିତ। ମୁଁ ମୋ ସ୍ତ୍ରୀକୁ ସାଙ୍ଗରେ ନେଇ ଯାଉଛି କାରଣ ଆମେ ସବୁଦିନ ପାଇଁ ଏକାଠି ରହିବାକୁ ପ୍ରତିଜ୍ଞା କରିଥିଲୁ। ଏହା ମୋର ନିଷ୍ପତ୍ତି। କେହି ଦୋଷୀ ନୁହଁନ୍ତି, ବିଶେଷକରି ମୋ ପିଲାମାନେ, " ନୋଟରେ ଲେଖାଥିଲା।