ଦ୍ବିତୀୟ ମାତ୍ରା ଟିକା ବିଳମ୍ବ ପାଇଁ ବ୍ୟସ୍ତ ହୁଅନାହିଁ: ବିଶେଷଜ୍ଞ

ପୁଣେ/ମୁମ୍ବାଇ: କୋଭାକ୍ସିନ୍‌ ଟିକାର ପ୍ରଥମ ମାତ୍ରା ନେଇଥିବା ନାଗରିକମାନେ ଏହାର ୪ ସପ୍ତାହ ପରେ ଦ୍ବିତୀୟ ମାତ୍ରା ନେବା ପାଇଁ ଅବଧି ଧାର୍ଯ୍ୟ କରାଯାଇଛି। ତେବେ ସେମାନଙ୍କ ପ୍ରଥମ ମାତ୍ରା ପରେ ଦ୍ବିତୀୟ ମାତ୍ରା ପାଇଁ ନିର୍ଦ୍ଧାରିତ ସମୟ ବ୍ୟବଧାନ(୪ରୁ ୬ ସପ୍ତାହ) ଗଡ଼ିଗଲେ ବି ସେଥିପାଇଁ ଆଦୌ ବିବ୍ରତ ନହେବାକୁ ବିଶିଷ୍ଟ ଚିକିତ୍ସା ବିଶେଷଜ୍ଞମାନେ ଆଶ୍ବସ୍ତ କରିଛନ୍ତି। କାରଣ କୋଭାକ୍ସିନ୍‌ ବା କୋଭିସିଲ୍‌ଡ ଟିକାର ଦୁଇ ମାତ୍ରା ଭିତରେ ରହିଥିବା ଧାର୍ଯ୍ୟ ଅବଧି କୌଣସି କାରଣରୁ ଅତିକ୍ରାନ୍ତ ହୋଇଗଲେ ସୁଦ୍ଧା ପ୍ରଥମ ମାତ୍ରାର କାର୍ଯ୍ୟଦକ୍ଷତା ଆଦୌ ନ୍ୟୂନ ହୋଇନଥାଏ ବୋଲି ସେମାନେ ପରାମର୍ଶ ଦେଇଛନ୍ତି।

ଏପରିକି ଏହି ସମୟସୀମା ୮ରୁ ୧୦ ସପ୍ତାହ ଯାଏ ଗଡ଼ିଗଲେ ବି ହିତାଧିକାରୀମାନେ ଆଦୌ ବିଚଳିତ ନହୋଇ ସଂପୃକ୍ତ ଟିକାର ଦ୍ବିତୀୟ ମାତ୍ରା ନେଇପାରିବେ ବୋଲି ନାସନାଲ୍‌ କମିଟି ଅନ୍‌ ଆଡ୍‌ଭର୍ସ ଇଭେଣ୍ଟ୍‌ସ ଫଲୋଵିଙ୍ଗ୍‌ ଇମ୍ୟୁନାଇଜେସନ୍‌ର ସଦସ୍ୟ ଡା. ଏନ୍‌କେ ଆରୋରା କହିଛନ୍ତି। ଏଭଳି କ୍ଷେତ୍ରରେ କେହି ଆଉ ଥରେ ମୂଳରୁ ଟିକା ପାଇଁ ଯୋଜନା କରିବା ଅନୁଚିତ ବୋଲି ମଧ୍ୟ ସେ ପରାମର୍ଶ କରିଛନ୍ତି।

ସମ୍ବନ୍ଧିତ ଖବର