ଓଡ଼ିଶାର ୧୬୭୯ ପିଭିଟିଜି ଗାଁରେ ‘ଡୋର୍ ଟୁ ଡୋର’ ସର୍ଭେ

ନୂଆଦିଲ୍ଲୀ: କରୋନା କାଳରେ ଓଡ଼ିଶାର ୧୬୭୯ ବିଶେଷ ଭାବେ ଦୁର୍ବଳ ଜନଜାତି ଗୋଷ୍ଠୀ(ପିଭିଟିଜି) ଗାଁରେ ୬୨ ହଜାର ୧୧୪ ପରିବାରଙ୍କ ‘ଡୋର୍‌-ଟୁ-ଡୋର୍‌’ ସର୍ଭେ କରାଯାଇଛି। ପିଭିଟିଜି ଉପରେ କରୋନାର ପ୍ରଭାବ ସଂପର୍କରେ ବିଜେଡି ସାଂସଦ ଡଃ. ସସ୍ମିତ ପାତ୍ରଙ୍କ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ରେଣୁକା ସିଂହ ସାରୁତା। ଓଡ଼ିଶାରେ ୧୩ଟି ପିଭିଟିଜି ଉପଭାଷ‌ା (ଡାଇଲେକ୍ଟ)ରେ ସଚେତନତାମୂଳକ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରାଯାଇଛି ବୋଲି ମନ୍ତ୍ରୀ ତାଙ୍କ ଉତ୍ତରରେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର