ଟଏଲେଟ୍‌ ସିଟ୍‌ରେ ସ୍ୱର୍ଣ୍ଣ ମନ୍ଦିରର ଫଟୋ ଲଗାଇ ବିକ୍ରି କରୁଥିବାରୁ ବିବାଦରେ ଆମାଜନ୍‌

ନୂଆଦିଲ୍ଲୀ : ଅନ୍‌ଲାଇନ୍‌ ସପିଂ ସାଇଟ୍‌ ଆମାଜନ୍‌ ଏବେ ବିବାଦରେ ଫସିଥିବା ଜଣାପଡ଼ିଛି । ସ୍ୱର୍ଣ୍ଣ ମନ୍ଦିରର ଫଟୋ ଏକ ଟଏଲେଟ୍‌ ସିଟ୍‌ ଉପରେ ଲଗାଇ ବିକ୍ରି କରୁଥିବାର ଗମ୍ଭୀର ଆରୋପ ଲାଗିଛି ଆମାଜନ ଉପରେ । ଏ ନେଇ ଶିଖ୍‌ ସମ୍ପ୍ରଦାୟର ଲୋକମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖାଯାଇଛି । ଶିଖ୍‌ମାନଙ୍କର ଏହା ପ୍ରମୁଖ ଧାର୍ମିକ ସ୍ଥଳ ହୋଇଥିବା ବେଳେ ଆମାଜନ୍‌ର ଏଭଳି କାମ ସେମାନଙ୍କ ଧାର୍ମିକ ଭାବନାକୁ ଆହତ କରିଥିବା କହିଛି ଶିଖ୍‌ ସମ୍ପ୍ରଦାୟ ।

PrimeTimes.IN

ଏ ନେଇ ଶିଖ୍‌ ସଂଗଠନର ଓକିଲ ଏବଂ ବରିଷ୍ଠ ପ୍ରବନ୍ଧକ ନସିମ ସିଂହ ଆମାଜନ୍‌ର ସିଇଓ ଜେଫ୍‌ ବେଜୋସ ଏବଂ ବରିଷ୍ଠ ଉପାଧ୍ୟକ୍ଷ ଡେଭିଡ୍‌ ଜୋପୋଲସ୍କିଙ୍କୁ ଏକ ପତ୍ର ଲେଖିଥିବା ଜଣାପଡ଼ିଛି । ପତ୍ରରେ ଆମେ ଜାଣିବାକୁ ପାଇଛୁ ଯେ ଅନେକ ବିକ୍ରେତା ଆପଣଙ୍କ ସାଇଟ୍‌ରେ କିଛି ଜିନିଷର ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ଶିଖ୍‌ ସମ୍ପ୍ରଦାୟର ପ୍ରମୁଖ ଧାର୍ମିକସ୍ଥଳ ସ୍ୱର୍ଣ୍ଣ ମନ୍ଦିରର ଫଟୋ ଲଗା ଯାଇଛି, ଯାହା ଶିଖ୍‌ମାନଙ୍କ ଧାର୍ମିକ ଭାବନାକୁ ଆହତ କରିଛି । ତୁରନ୍ତ ଏହା ଉପରେ ଧ୍ୟାନ ଦେଇ ଏହି ଉତ୍ପାଦକୁ ଆପଣଙ୍କ ସପିଂ ସାଇଟ୍‌ରୁ ହଟାଇ ଦିଅନ୍ତୁ ବୋଲି ଲେଖିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର