ନୂଆଦିଲ୍ଲୀ: ଦୀର୍ଘ ଦୂରତ୍ୱ ଆନ୍ତଃ-ସହର ରୁଟ୍ଗୁଡ଼ିକରେ ଡବଲ୍-ଡେକର୍ ଲକ୍ଜୁରି ବସ୍ ଚଳାଇବାକୁ ରାଜ୍ୟ ସଡ଼କ ପରିବହନ ଉପକ୍ରମଗୁଡ଼ିକୁ ଉତ୍ସାହ ଦେବା ପାଇଁ କେନ୍ଦ୍ର ସରକାର ଏକ ଯୋଜନା ପ୍ରସ୍ତୁତ କରିଛି। ସେଭଳି ୭୫ଟି ରାଜ୍ୟପାରି ରୁଟ୍ଗୁଡ଼ିକ ମଧ୍ୟରେ ରହିଛି ଦୀଲ୍ଲୀ-ଆଗ୍ରା, ଦିଲ୍ଲୀ-ଜୟପୁର, ଲକ୍ଷ୍ନୌ-ଗୋରଖପୁର, ବଡ଼ଦୋରା-ମୁମ୍ବାଇ, ଶ୍ରୀନଗର-ଜଳନ୍ଧର, କୋଝିକୋଡ଼-କୋଚି, ବେଙ୍ଗାଲୁରୁ-ମାଙ୍ଗାଲୋର୍ ଏବଂ ବିଶାଖାପଟନମ୍-ଭୁବନେଶ୍ୱର।
କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି ମଙ୍ଗଳବାର ଦିନ ରାଜ୍ୟ ପରିବହନ ମନ୍ତ୍ରୀମାନଙ୍କ ଆନ୍ତଃ-ରାଜ୍ୟ ରୁଟ୍ରେ ସେ ଭଳି ବସ୍ ଚଳାଇବା ସମ୍ପର୍କରେ ସହ କଥାବାର୍ତ୍ତା କରିଛନ୍ତି। ଏଥିପାଇଁ ରାଜ୍ୟ ସଡ଼କ ପରିବହନ ଉପକ୍ରମକୁ କେନ୍ଦ୍ର ସରକାର କିଛି ଆର୍ଥିକ ସହାୟତା ଦେବାକୁ ବିଚାର କରୁଛନ୍ତି। ସହାୟତା ରାଶି ପ୍ରଥମ ତିନି ବର୍ଷ ପାଇଁ କିଲୋମିଟର୍ ପିଛା ୧୦ ଟଙ୍କା ହୋଇପାରେ।
ଡବଲ୍-ଡେକର୍ ବସ୍ଗୁଡ଼ିକ ସମ୍ପୂର୍ଣ୍ଣରେ ଶୀତତାପ ନିୟନ୍ତ୍ରିତ କରାଯିବ। ଏଭଳି ବସ୍ ଚଳାଚଳ କରାଇବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି: ସିଙ୍ଗଲ୍-ଡେକର୍ ବସ୍ ରାସ୍ତାରେ ଯେତିକି ଜାଗା ନେଉଛି ଡବଲ୍-ଡେକର୍ ମଧ୍ୟ ସେତିକି ଜାଗା ନେବ। କିନ୍ତୁ, ସିଙ୍ଗଲ୍-ଡେକର୍ ଠାରୁ ଏଥିରେ ଲାଭ ଅଧିକ ହେବ।
କେତେକ ଅଞ୍ଚଳରେ କାର୍ ଏବଂ ଘରୋଇ ଯାନବାହନ ଚଳାଚଳ ଜନିତ ଗହଳି ଯୋଗୁଁ କେନ୍ଦ୍ର ସରକାର ଏ ଭଳି ନିଷ୍ପତ୍ତି ନେଇଥିବା ପ୍ରକାଶ।
ଟ୍ରାଫିକ୍ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ୨୦୧୬ରେ ବସ୍ ଯାତ୍ରୀଙ୍କ ସଂଖ୍ୟା ୪୫% ଥିବାବେଳେ ୨୦୧୭ରେ ୪୦%କୁ ହ୍ରାସ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/09/60760678.jpg)