ଦେଶର ସାମଗ୍ରିକ ବିକାଶ ଲାଗି କ’ଣ ଡବଲ ଇଂଜିନ ଦରକାର ? ଓଡ଼ିଶା ନିର୍ମାଣ କନକ୍ଲେଭରେ ପ୍ରଶ୍ନ ଉଠାଇଲେ ଯଶବନ୍ତ ସିହ୍ନା

ଭୁବନେଶ୍ବର: କନକ ନ୍ୟୁଜ ପକ୍ଷରୁ  ଆୟୋଜିତ  ଓଡିଶା ନିର୍ମାଣ କନକ୍ଲେଭରେ ଯୋଗଦେଇ ପୂର୍ବତନ ଅର୍ଥମନ୍ତ୍ରୀ ଯଶବନ୍ତ ସିହ୍ନା କହିଛନ୍ତି ଦେଶର ସାମଗ୍ରିକ ବିକାଶ ଲାଗି ଡବଲ ଇଂଜିନ ଗାଡ଼ି ଦରକାର। ଡବଲ ଇଂଜିନ ନ ହେଲେ ରାଜ୍ୟର ବିକାଶ ସମ୍ଭବ ହେଉନି । ଅର୍ଥାତ ଉଭୟ କେନ୍ଦ୍ର ଓ ରାଜ୍ୟରେ ଗୋଟିଏ ରାଜନୈତିକ ଦଳର ସରକାରେ ରହିଲେ,ରାଜ୍ୟର ବିକାଶ ହେଉଛି , ଅଲଗା ଅଲଗା ରାଜନୈତିକ ଦଳ କ୍ଷମତାରେ ରହିଲେ ରାଜ୍ୟକୁ ତା’ର ହକ ମିଳୁନାହିଁ । ଏହି ଚିନ୍ତାଧାରାରେ ପରିବର୍ତନ ଆସିବା ଦରକାର ବୋଲି ମତ ରଖିଛନ୍ତି ଯଶବନ୍ତ ସିହ୍ନ ।

ଭାରତ ଏକ ସଂଘୀୟ ଗଣତନ୍ତ୍ର ପରିଚାଳିତ ରାଷ୍ଟ୍ର, ଏଠାରେ କେନ୍ଦ୍ର ଓ ରାଜ୍ୟ ସରକାର ଭିତରେ ସହଯୋଗ ରହିଲେ ଦେଶର ବିକାଶ ହୋଇପାରିବ। କିନ୍ତୁ କେନ୍ଦ୍ର ଓ ରାଜ୍ୟରେ ଭିନ୍ନ ଦଳର ସରକାର ରହିଲେ ବିକାଶ ଧାରା ବ୍ୟାହତ ହେବ ବୋଲି ଯାହା କୁହାଯାଉଛି, ତାହା ଉଚିତ ବୋଲି ଭାବୁନାହିଁ। ବିଜେପି ଓ ମୋଦି ସରକାର ସମାଲୋଚକ ଭାବେ ଜଣାଶୁଣା ଯଶବନ୍ତ କେନ୍ଦ୍ର ସରକାରଙ୍କ କେତେକ ଅଦୂରଦର୍ଶୀ ଯୋଜନାକୁ ନେଇ ଟିପ୍ପଣୀ କରିଛନ୍ତି ।

ସେ କହିଥିଲେ, ଯୋଜନା କମିସନକୁ ଉଚ୍ଛେଦ କରି କରି ନୀତି ଆୟୋଗ ଆଣିବା ଫଳରେ ବିଶେଷ ଲାଭ ହୋଇନି  । ନୀତି ଆୟୋଗକୁ ଭିନ୍ନ ଭିନ୍ନ ଉପାୟରେ ବ୍ୟବହାର କରାଯାଉଛି । ଡାଟାକୁ ହେରଫେର କରାଯିବା ଭଳି ସାଂଘାତିକ ଖେଳ ଚାଲିଥିବା ସେ ଅଭିଯୋଗ କରିଛନ୍ତି । ଏଥିସହ କୃଷକଙ୍କ ଆର୍ଥିକ ଉନ୍ନତି ଓ ଗ୍ରାମାଚଂଳର ବିକାଶକୁ ଗୁରୁତ୍ୱ ଦେବାପାଇଁ ସେ ଜୋର ଦେଇଛନ୍ତି ।

ସମ୍ବନ୍ଧିତ ଖବର