ନୂଆଦିଲ୍ଲୀ : ଏଣିକି ଓଲା, ଉବର, ରାପିଡୋ ପରି କମ୍ପାନି ଗହଳି ସମୟରେ ବେସ ଫେୟାର ବା ସାଧାରଣ ଭଡ଼ାର ଦୁଇଗୁଣ ଭଡ଼ା ଆଦାୟ କରିପାରିବେ । ଏନେଇ ସରକାର ନିୟମାବଳୀୟରେ କେତେକ ପରିବର୍ତ୍ତନ କରି ଅନୁମତି ଦେଇଛନ୍ତି । ଏ ନେଇ ଆବଶ୍ୟକ ନିର୍ଦ୍ଦେଶ ଜାରି କରିବାକୁ ରାଜ୍ୟ ସରକାରମାନଙ୍କୁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି ।
ବର୍ତ୍ତମାନର ପ୍ରଚଳିତ ଭଡ଼ା ଅନୁସାରେ ରାଇଡ୍ ହେଲିଙ୍ଗ ପ୍ଲାଟଫର୍ମମାନେ (ଓଲା, ଉବର, ରାପିଡୋ, ଇନଡ୍ରାଇଭ୍ ଇତ୍ୟାଦି ) ପିକ୍ ଆଓ୍ବାର ବା ଗହଳି ସମୟରେ ବେସ୍ ଫେୟାର ବା ମୂଳ ଭଡ଼ାର ଦେଢଗୁଣ ଚାର୍ଜ କରୁଛନ୍ତି । ସରକାରଙ୍କ ଅନୁମତି ପରେ ଏବେ ଗହଳି ବା ଅତ୍ୟଧିକ ଚାହିଦା ସମୟରେ ଦୁଇଗୁଣ ଭଡ଼ା ଯାତ୍ରୀମାନଙ୍କଠାରୁ ଆଦାୟ କରିପାରିବେ ।
ତିନି ମାସ ମଧ୍ୟରେ ଗାଇଡଲାଇନ ଜାରି କରିବାକୁ ରାଜ୍ୟ ସରକାରମାନଙ୍କୁ କୁହାଯାଇଛି । ଏହା ସହ ରାଜ୍ୟ ସରକାରମାନେ ବେସ୍ ପ୍ରାଇସ ଓ କେଉଁ ଯାନ (କାର, ଅଟୋରିକ୍ସା ଓ ବାଇକ) ପାଇଁ କଣ ବେସ ପ୍ରାଇସ ରହିବ ତାହା ନିର୍ଦ୍ଧାରଣ କରିପାରିବେ । ସେହିପରି ରାଇଡ୍ ବାତିଲ କଲେ ଭଡ଼ାର ୧୦ ପ୍ରତିଶତ ଯାତ୍ରୀମାନଙ୍କଠାରୁ ଆଦାୟ କରାଯିବ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/07/02/ola-2025-07-02-12-45-15.jpg)