ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଘର ପାଖରେ ଡବଲ୍ ମର୍ଡର: ବରିଷ୍ଠ ରେଳ ଅଧିକାରୀଙ୍କ ପତ୍ନୀ ଓ ପୁଅକୁ ଗୁଳି କରି ହତ୍ୟାକଲେ ଅଜଣା ଆତତାୟୀ
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଗୌତମପଲ୍ଲୀସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟସ୍ଥ ଅଞ୍ଚଳରେ ଶନିବାର ଏକ ହତ୍ୟାକାଣ୍ଡ ଘଟିଛି। ଏଠାରେ ରେଲୱେର ଜଣେ ବରିଷ୍ଠ ଅଧିକାରୀଙ୍କ ଘରେ ପଶି ତାଙ୍କ ପତ୍ନୀ ଓ ପୁଅକୁ ହତ୍ୟା କରାଯାଇଛି।
ସୂଚନାଯୋଗ୍ୟ, ନୂଆଦିଲ୍ଲୀସ୍ଥିତ ରେଳ ମନ୍ତ୍ରାଳୟରେ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜୀବ ଦତ୍ତ ବାଜପେୟୀଙ୍କ ପତ୍ନୀ ଓ ୨୦ବର୍ଷୀୟ ପୁଅକୁ ଗୁଳି କରି ହତ୍ୟା କରାଯାଇଛି। ଏହି ହତ୍ୟା ଘଟଣା ସମ୍ପର୍କରେ ଖବର ପାଇବା ପରେ ପୁଲିସ କମିଶନର ଏବଂ ବରିଷ୍ଠ ଅଧିକାରୀ, ଡଗ୍ ସ୍କ୍ଵାର୍ଡ, ଫରେନ୍ସିକ ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଘଟଣା ବେଳେ ଘରେ ଥିବା ଅଧିକାରୀଙ୍କ ଝିଅ ବର୍ତ୍ତମାନ କୋମାରେ ଥିବା ଜଣାପଡ଼ିଛି। ତାଙ୍କୁ ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୁଲିସ ମୁତୟନ କରାଯାଇଛି।
Bodies of the wife & son of senior railway officer RD Bajpayee have been found in their Railway colony house, today. They have both been shot to death. Prima facie, it does not appear to be an incident of robbery. Investigation underway: Lucknow Police Commissioner Sujeet Pandey pic.twitter.com/2x3JA6c216
— ANI UP (@ANINewsUP) August 29, 2020
ରେଳ ମନ୍ତ୍ରୀ ପିୟୁଷ ଗୋଏଲ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଡିଜିପିଙ୍କ ସହ କଥା ହୋଇ ପୂରା ଘଟଣାର ଖୁଲାସା କରିବାକୁ କହିଛନ୍ତି। ଘଟଣା ସମୟରେ ବାଜପେୟୀ ଦିଲ୍ଲୀରେ ଥିଲେ। ହତ୍ୟାର ସୂଚନା ମିଳିବା ମାତ୍ରେ ସେ ଲକ୍ଷ୍ନୌ ଅଭିମୁଖେ ବାହାରି ଯାଇଛନ୍ତି।