ପାଟନା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରର ଏକ ନିର୍ବାଚନୀ ରାଲିରେ ଯୋଗଦେଇ କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ ଆର୍ଜେଡି ନେତା ତେଜସ୍ବୀ ଯାଦବଙ୍କୁ କଡ଼ା ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ଉଭୟ ନେତାଙ୍କୁ ‘ଡବଲ୍ ଯୁବରାଜ’ ବୋଲି ସମ୍ବୋଧନ କରିଛନ୍ତି। ବିହାରରେ ‘ଡବଲ୍ ଇଞ୍ଜିନ’ ସରକାର ବନାମ ‘ଡବଲ ଯୁବରାଜ’ ଲଢ଼େଇ ହେଉଛି। କିନ୍ତୁ ବିହାରବାସୀ ‘ଡବଲ ଯୁବରାଜ’ଙ୍କୁ ପରିତ୍ୟାଗ କରି ‘ଡବଲ ଇଞ୍ଜିନ’ ସରକାରକୁ ବାଛିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିହାରରେ ଅତୀତରେ ଦୁର୍ନୀତିରେ ଲିପ୍ତ ଥିବା ଜଙ୍ଗଲରାଜ ସପକ୍ଷରେ ଥିବା ‘ଡବଲ୍ ଯୁବରାଜ’ ଏବଂ ସୁଶାସନ ଦେଉଥିବା ଏନ୍ଡିଏର ‘ଡବଲ ଇଞ୍ଜିନ’ ସରକାର ମଧ୍ୟରୁ ଲୋକେ କାହାକୁ ବାଛିବେ ତାହା ସ୍ଥିର କରି ସାରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏକଦା ଏଭଳି ‘ଡବଲ ଯୁବରାଜ’ ଉତ୍ତରପ୍ରଦେଶରେ ମେଣ୍ଟ କରି ବିଫଳ ହୋଇଥିଲେ। ତେବେ ପ୍ରଧାନମନ୍ତ୍ରୀ ମୋଦୀ ପରୋକ୍ଷରେ ଉତ୍ତରପ୍ରଦେଶର ଅଖିଳେଶ ଯାଦବ ଓ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ୍ କରିଥିଲେ। ଉତ୍ତରପ୍ରଦେଶରେ ଅଖିଳେଶ-ରାହୁଲ ‘ଡବଲ ଯୁବରାଜ’ ଯେପରି ଅସଫଳ ହୋଇଛନ୍ତି ବିହାରରେ ତେଜସ୍ବୀ-ରାହୁଲ ‘ଡବଲ ଯୁବରାଜ’ ବିଫଳ ହେବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ବିହାରରେ ‘ଡବଲ୍ ଯୁବରାଜ’ ବନାମ୍ ‘ଡବଲ୍ ଇଞ୍ଜିନ୍’: ମୋଦୀ
/sambad/media/post_attachments/wp-content/uploads/2020/10/nitis-modi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)