କେନ୍ଦ୍ର ପରିବହନ ମନ୍ତ୍ରାଳୟର ନିର୍ଦ୍ଦେଶନାମା: ଫେବ୍ରୁଆରି ୧୬ରୁ ଫାସଟ୍ୟାଗ ନଥିିଲେ ଦେବାକୁ ପଡ଼ିବ ଦୁଇଗୁଣା ଟୋଲ୍

ନୂଆଦିଲ୍ଲୀ: ଫାସଟ୍ୟାଗ ନଥିଲେ ଏଣିକି ଟୋଲଗେଟରେ ଦେବାକୁ ପଡ଼ିବ ଦୁଇଗୁଣା ପଇସା । କେନ୍ଦ୍ର ପରିବହନ ମନ୍ତ୍ରାଳୟ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି । ଫେବ୍ରୁଆରି ୧୫ ମଧ୍ୟରାତ୍ରିରୁ ବାଧ୍ୟତାମୂଳକ ଭାବେ ଲାଗୁ ହେବ ଫାସଟ୍ୟାଗ । ନୂଆବର୍ଷରୁ ଏହାକୁ ଲାଗୁ କରିବାକୁ କେନ୍ଦ୍ର ପରିବହନ ମନ୍ତ୍ରାଳୟ ଘୋଷଣା କରିଥିଲେ । କିନ୍ତୁ ପରେ ଏହି ଅବଧିକୁ ବୃଦ୍ଧି କରାଯାଇଥିଲା ।

ଏନେଇ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ କହିଛନ୍ତି ଯେ, ସରକାର ପୂର୍ବରୁ ଫାସଟ୍ୟାଗ ପଞ୍ଜୀକରଣର ତାରିଖ ସୀମାକୁ ଦୁଇ-ତିନି ଥର ବୃଦ୍ଧି କରିଛନ୍ତି। କିନ୍ତୁ ବର୍ତ୍ତମାନ ଏହାର ଅବଧିକୁ ଆଗକୁ ବୃଦ୍ଧି କରାଯିବନାହିଁ। ବର୍ତ୍ତମାନ, ସମସ୍ତେ ତୁରନ୍ତ ଫାସଟ୍ୟାଗ କିଣିନେବା ଉଚିତ୍।

Image result for fastag
The Financial Express

ଫାସଟ୍ୟାଗ୍ ଲଗାଇଥିଲେ ଟୋଲପ୍ଲାଜାରେ ଟୋଲ ଦେବା ପାଇଁ ଆଉ ଲମ୍ବା ଲାଇନ ଲଗାଇବାକୁ ପଡ଼ିବନି । ଫାସଟ୍ୟାଗ ଥିଲେ ମାତ୍ର କିଛି ସେକେଣ୍ଡରେ ଗାଡ଼ିକୁ ଅଟକାଉଥିବା ଇଂଟରସେପ୍ଟର ଉଠିଯିବ । ଯଦି ଆପଣ ଏପର୍ଯ୍ୟନ୍ତ ଚାରି ଚକିଆ ଗାଡ଼ିରେ ଫାସଟ୍ୟାଗ ଲଗାଇନାହାନ୍ତି, ତେବେ ଶୀଘ୍ର କରିନିଅନ୍ତୁ । ଘରେ ବସି ଆମାଜନ, ପେଟିଏମ୍ ଭଳି ଇ-କମର୍ସ ୱେବସାଇଟରେ ଯେକୌଣସି ବ୍ୟାଙ୍କ୍ ବା ଇ-କମର୍ସ କମ୍ପାନିର ଫାସଟ୍ୟାଗ ଆପଣ ମଗାଇପାରିବେ। ଆଉ ଆପଣ ଯଦି ଇ-ଟ୍ରାନଜାକସନ ବିଷୟରେ କିଛି ଜାଣିନାହାନ୍ତି ତେବେ ଯେକୌଣସି ଟୋଲଗେଟ ନିକଟକୁ ଗଲେ ଆପଣ ଅଧିକାଂଶ କମ୍ପାନିର କିଓସ୍କ ପାଇବେ, ଯେଉଁଠି ୨୫୦ ଟଙ୍କା ବା ୫୦୦ ଟଙ୍କା ଦେଇ ବି ଆପଣ ଏୟାରଟେଲ, ପେଟିଏମ୍ କିମ୍ବା ଯେକୌଣସି ବ୍ୟାଙ୍କର ଫାସଟ୍ୟାଗ ପାଇଯିବେ । ଏଥିପାଇଁ ଅବଶ୍ୟ ଆପଣଙ୍କୁ ସେଠାକୁ ଗାଡ଼ିର ସ୍ମାର୍ଟ କାର୍ଡ ଓ ନିଜର ଆଧାର କାର୍ଡ ନେବାକୁ ହେବ। ଏହାପରେ ମାତ୍ର ୧୦/୧୫ ମିନିଟରେ ଆପଣଙ୍କୁ ମିଳିଯିବ ଫାସଟ୍ୟାଗ ।

ସମ୍ବନ୍ଧିତ ଖବର