ଛାତଉପରୁ ଖସି ପଡ଼ି ସାମ୍ବାଦିକଙ୍କ ମୃତ୍ୟୁ

ମୁମ୍ବାଇ:ଗୋରେଗାଓଁ ପୁଲିସ ଥାନା ଅଞ୍ଚଳରେ ଜଣେ ୪୯ ବର୍ଷୀୟ ବ୍ୟକ୍ତିଙ୍କର ଛାତରୁ ଖସି ପଡ଼ି ମୃତ୍ୟୁ ଘଟିଥିବା ଜଣାଯାଇଛି। ରବିବାର ସକାଳେ ଏହି ଘଟିଥିବା ଜଣାଯାଇଛି। ଘଟଣା ସ୍ଥଳରେ ପହଞ୍ଚି ପୁଲିସ ମୃତ ଦେହକୁ ଉଦ୍ଧାର କରିଥିଲା। ଘଟଣାସ୍ଥଳରେ ପହଞ୍ଚି ପୁଲିସ ମୃତ ଆଦର୍ଶ ମିଶ୍ରଙ୍କର ମୃତ ଦେହକୁ ଉଦ୍ଧାର କରିଥିଲା। ତା’ପରେ ଶବର ପୋଷ୍ଟମର୍ଟମ ଲାଗି ସିଦ୍ଧାର୍ଥ ହସ୍ପିଟାଲକୁ ପଠାଯାଇଥିଲା। ବରିଷ୍ଠ ପୁଲିସ ନିରୀକ୍ଷକ ସଂଜୟ ଭୋଲେ କହିଛନ୍ତି ଯେ ଗୋରେଗାଓଁ (ପଶ୍ଚିମ)ର ସିଦ୍ଧାର୍ଥ ନଗରସ୍ଥିତ ତ୍ରିମୂର୍ତ୍ତି ସୋସାଇଟିରେ ଥିବା ସାତ ମହଲା ଫ୍ଲାଟ୍‌(ନମ୍ବର ୭୦୩)ରେ ରହୁଥିଲେ ଆଦର୍ଶ ମିଶ୍ର। ସେ ସବୁ ଦିନ ଭଳି ରବିବାର ସକାଳେ ମଧ୍ୟ ଛାତ ଉପରେ ଟହଲିବାକୁ ଯାଇଥିଲେ। ଛାତ ଉପରୁ ସେ ତଳକୁ ଖସିଯାଇଥିଲେ।

ତେବେ ଏହା ଏକ ଆତ୍ମହତ୍ୟା ନା ଦୁର୍ଘଟଣା,ତାହା ସ୍ପଷ୍ଟ ହୋଇନାହିଁ। ସିସିଟିଭ ଫୁଟେଜରୁ ଜଣାଯାଇଛି ଯେ ଆଦର୍ଶ ଟ୍ରାକ ପ୍ୟାଣ୍ଟ ଓ ଟି ସାର୍ଟ ପିନ୍ଧି ସକାଳ ସାଢେ ଦଶଟା ବେଳେ ଛାତରୁ ତଳକୁ ଖସି ପଡୁଛନ୍ତି। କିନ୍ତୁ ସେ କିଭଳି ପଡିଲେ,ତାହା ସ୍ପଷ୍ଟ ଭାବେ ଜଣା ପଡ଼ିନାହିଁ। ପୁଲିସ ଏକ ଆକସ୍ମିକ ମୃତ୍ୟୁ ମାମଲା ରୁଜ୍ଜୁ କରିଛି। ଆଦର୍ଶଙ୍କ ଗୋଡ କେବୁଲ ତାରରେ ଫସିଯିବା ଫଳରେ ଏଭଳି ଅଘଟଣ ଘଟିଥିବା ପୁଲିସ ସନ୍ଦେହ କରୁଛି। ଆଦର୍ଶ ଜଣେ ସାମ୍ବାଦିକ ବୋଲି ଜଣାଯାଇଛି। ଗୋରେଗାଓଁ ପୁଲିସ ମାମଲାର ଅଧିକ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର