ମାଲକାନଗିରି: ମାଲକାନଗିରି ସୀମାନ୍ତ ଆନ୍ଧ୍ରପ୍ରଦେଶରେ ରବିବାର ରାତିରେ ପୁଲିସ ସୂଚନାଦାତା ବୋଲି ସନ୍ଦେହ କରି ନକ୍ସଲମାନେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଛନ୍ତି।
ନିହତ ବ୍ୟକ୍ତିଜଣକ ହେଉଛନ୍ତି ବିଶାଖାପାଟଣା ଜିଲ୍ଲା ମୁଦୁଗୁଲା ମଣ୍ଡଳର ଭାକାପାଲି ଗ୍ରାମର ଯେମିଲି କୃଷ୍ଣ ରାଅନୁ। ବିଳମ୍ବିତ ରାତ୍ରରେ ସଶସ୍ତ୍ର ନକ୍ସଲମାନେ ଭାକାପାଲି ଗାଁକୁ ଘେରାଉ କରି କୃଷ୍ଣଙ୍କୁ ଖୋଜିଥିଲେ। ଏହାପରେ ସେମାନେ କୃଷ୍ଣଙ୍କୁ ଘରୁ ବାହାର କରି ନେଇ ହତ୍ୟା କରିଥିଲେ।
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
ପୁଲିସ ସୂଚନାଦାତା ସନ୍ଦେହରେ ଜଣକୁ ହତ୍ୟା କଲେ ନକ୍ସଲ୍
/sambad/media/post_attachments/wp-content/uploads/2020/12/nax.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)