ଡୋଭାଲ୍‌ଙ୍କ ଫୋନ୍‌ ଟ୍ୟାପିଂ:କେନ୍ଦ୍ର ଏବଂ ସିବିଆଇକୁ ଜବାବ ମାଗିଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ : ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲ୍‌ଙ୍କ ଫୋନ୍‌ ସିବିଆଇ ବେଆଇନ ଭାବେ ଟ୍ୟାପ୍ କରିଥିବା ଘଟଣାର ଏସ୍‌ଆଇଟି ତଦନ୍ତ ଦାବି କରି ଦିଲ୍ଲୀ ହାଇକୋର୍ଟରେ ହୋଇଥିବା ଏକ ଆବେଦନ ଉପରେ ଆଜି ଶୁଣାଣି ହୋଇଛି। ଆଜି କୋର୍ଟ ଏହି ମାମଲାରେ ଉଭୟ ସିବିଆ‌ଇ ‌ଏବଂ କେନ୍ଦ୍ର ସରକାରଙ୍କଠାରୁ ଜବାବ ମାଗିଛନ୍ତି। ବିଚାରପତି ରାଜେନ୍ଦ୍ର ମେନନ୍‌ ଏବଂ ବିଚାରପତି ଭିକେ ରାଓଙ୍କ ‌ନେତୃତ୍ବରେ ଗଠିତ ଖଣ୍ଡପୀଠ କହିଛନ୍ତି, ଏଭଳି କାର୍ଯ୍ୟ ଦେଶ ପାଇଁ ବିପଜ୍ଜନକ। ସାର୍ଥକ ଚତୁର୍ବେଦୀଙ୍କ ଦ୍ବାରା ହୋଇଥିବା ଆବେଦନରେ ଦର୍ଶାଯାଇଛି ଯେ କିଛି ସିବିଆଇ ଅଧିକାରୀ ସେମାନଙ୍କ କ୍ଷମତାର ଅପବ୍ୟବହାର କରୁଛନ୍ତି ଏବଂ ଫୋନ୍‌ ଟ୍ୟାପିଂ ଏବଂ ଯାଞ୍ଚ କ୍ଷେତ୍ରରେ ଥିବା ନିୟମକାନୁନ ଭଙ୍ଗ କରୁଛନ୍ତି। ଡୋଭାଲ୍‌ଙ୍କ ଫୋନ୍‌ ଟ୍ୟାପିଂ ନେଇ ସିବିଆଇକୁ ଅନୁମତି ମିଳିଥିଲା କି ବୋଲି ସାର୍ଥକ ନିଜ ଆବେଦନରେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର