ନୂଆଦିଲ୍ଲୀ: କିସନଗଞ୍ଜ ଜିଲ୍ଲାର କୋଚାଧାମନ ଅନ୍ତର୍ଗତ ମୋଧା ଅହମଦନଗରସ୍ଥିତ ଏଆଇଏମଆଇଏମର ବିହାର ରାଜ୍ୟର ଅଧ୍ୟକ୍ଷ ତଥା ଅମୌର ବିଧାୟକ ଅଖତରୁଲ ଇମାନଙ୍କ ଘରୁ ଅନେକ ସଂଖ୍ୟାରେ ନାଗସାପ ଛୁଆ ଉଦ୍ଧାର ହୋଇଛି।

Advertisment

ଉଦ୍ଧାର ହୋଇଥିବା ନାଗସାପ ଛୁଆଙ୍କ ସଂଖ୍ୟା ଦୁଇ ଡର୍ଜନରୁ ଅଧିକ ରହିଛି। ଏଥିମଧ୍ୟରୁ ୧୬ଟି ନାଗ ସାପ ଛୁଆ ବଞ୍ଚିଥିବା ବେଳେ ବାକି ୬ଟି ସାପ ଛୁଆକୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହି ଘଟଣା ପରେ ସ୍ଥାନୀୟଲୋକଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଛି।

ସାପ ଧରାଳି ଉକ୍ତ ବିଧାୟକଙ୍କ ଘରର ବିଭିନ୍ନ ସ୍ଥାନ ଯେମିତି କି ରୋଷେଇ ଘର, ଶୋଇବା ଘର, ଶୌଚାଳୟ ଆଦି ସ୍ଥାନରୁ ଏହି ସାପମାନଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି। ୨ ଡର୍ଜନରୁ ଅଧିକ ଉଦ୍ଧାର ହୋଇଥିବା ସମସ୍ତ ସାପ ନାଗସାପ ଛୁଆ ରହିଛନ୍ତି। ଏହାକୁ ଦେଖି ସାପ ଧରାଳି ଅନୁମାନ କରିଛନ୍ତି କି, ଯଦି ଏତେଗୁଡାଏ ସାପ ଛୁଆ ବାହାରିଛନ୍ତି ନିଶ୍ଚୟ ଏଠାରେ ବଡ଼ ସାପ କି ଛୁଆଙ୍କ ମା’ ଥାଇପାରେ।

ସେଥିପାଇଁ ସାପ ଧରାଳି ବିଧାୟକଙ୍କ ଘରେ ଖୋଜାଖୋଜି ଜାରି ରଖିଛନ୍ତି। ବିଧାୟକଙ୍କ ଘରୁ ସମସ୍ତ ସଦସ୍ୟ  ଓ କିଛି ଜିନିଷକୁ ସାପ ଧରାଲି ବାହାର କରି ଦେଇଛନ୍ତି। ଏଥିସହିତ ଉଦ୍ଧାର ହୋଇଥିବା ସମସ୍ତ ସାପକୁ ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡ଼ି ଦେଇଛନ୍ତି।