ଯୁଗ୍ମ ଅଯୁଗ୍ମ ପଦ୍ଧତି ପାଇଁ ନିର୍ଦେଶ ଦିଆଯାଉ, ଡ. ଏସ୍‌. ମୀନକେତନ

ଲକ୍‌ଡାଉନ୍‌କୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସ୍କୁଲ ପାଠ୍ୟକ୍ରମକୁ ସଂକ୍ଷିପ୍ତ କରିବା କେତେ ଦୂର ଠିକ୍‌?
ଏହା ସଂପୂର୍ଣ୍ଣ ଠିକ୍। ସମୟ ଉପଯୋଗୀ ମଧ୍ୟ। ଶୈକ୍ଷିକ ବର୍ଷରେ ସଂପୂର୍ଣ୍ଣ ପାଠ୍ୟକ୍ରମ ପାଇଁ ଯେତିକି ଆବଶ୍ୟକତା ରହିଛି, ଲକ୍‌ଡାଉନ୍ ଯୋଗୁଁ ତାହା ଯଥେଷ୍ଟ କମିବାର ଆଶଙ୍କା ରହିଛି। ଅପେକ୍ଷାକୃତ ଭାବେ ଯେଉଁ ପାଠଗୁଡିକର ପାଠ୍ୟକ୍ରମରେ କମ୍ ମହତ୍ତ୍ୱ ରହିଛି ସେଗୁଡିକ ବାଦ୍ ଦିଆଯାଇପାରିବ।

ଘରୋଇ ସ୍କୁଲ୍ ଗୁଡିକ କେତେ ପ୍ରଭାବିତ ହୋଇଛନ୍ତି? ତାହାର ଭରଣା କିଭଳି ହେବ?
ଘରୋଇ ସ୍କୁଲ୍‌ଗୁଡିକ ଶୋଚନୀୟ ଭାବେ ପ୍ରଭାବିତ ହୋଇଛନ୍ତି। ସ୍କୁଲ୍‌ଗୁଡ଼ିକ ପାଇଁ ସରକାରଙ୍କ ତରଫରୁ କୌଣସି ଅନୁଦାନ ନଥାଏ। ସେମାନଙ୍କର ଭରଣପୋଷଣ କେବଳ ଅଭିଭାବକଙ୍କ ଦ୍ୱାରା ଦିଆଯାଉଥିବା ଫି’ ଦ୍ୱାରା ହିଁ ହୁଏ। ଲକ୍‌ଡାଉନ୍ ହେତୁ ଅଭିଭାବକଙ୍କ ଦ୍ୱାରା ଫି’ ଦାଖଲ ବହୁ ପରିମାଣରେ ବାଧାପ୍ରାପ୍ତ ହୋଇଛି, ଫଳରେ ଶିକ୍ଷକ ଓ କର୍ମଚାରୀଙ୍କୁ ବର୍ତ୍ତମାନ କେବଳ ୫୦% ଦରମା ଦିଆଯାଇପାରୁଛି।

ଶିକ୍ଷାକ୍ଷେତ୍ର ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର କ’ଣ ସବୁ ପଦକ୍ଷେପ ନେବାର ଆବଶ୍ୟକତା ରହିଛି?
ଯୁଗ୍ମ ଅଯୁଗ୍ମ ପଦ୍ଧତିରେ ଦିନକୁ କେବଳ ୫୦% ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ଆସିବା ପାଇଁ ନିର୍ଦ୍ଦେଶ ଦିଆଯାଉ। ସରକାରୀ ଅନୁଦାନ ନ ପାଉଥିବା ଓ କେବଳ ଅଭିଭାବକଙ୍କ ଫି’ ଦ୍ୱାରା ପରିଚାଳିତ ହେଉଥିବା ବେସରକାରୀ ବିଦ୍ୟାଳୟଗୁଡ଼ିକୁ ବିଶେଷ ଭାବେ ସରକାରୀ ଅନୁଦାନ ଦେବାର ବ୍ୟବସ୍ଥା ହେଉ।

ସମ୍ବନ୍ଧିତ ଖବର