ନୂଆଦିଲ୍ଲୀ : ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ନୂଆଦିଲ୍ଲୀର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଯୋଗ ଦେଇଛନ୍ତି। ମେଦାନ୍ତ ହସ୍ପିଟାଲ ପକ୍ଷରୁ ଡାକ୍ତର ଗୁଲେରିଆଙ୍କୁ ସ୍ବାଗତ କରାଯାଇଛି। ସେ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଟରନ୍ୟାଲ ମେଡିସିନ ଆଣ୍ଡ୍ ରେସ୍ପିରେଟୋରି ଆଣ୍ଡ୍ ସ୍ଲିପ୍ ମେଡିସିନର ଅଧ୍ୟକ୍ଷ ଏବଂ ମେଡିକାଲ ଏଜୁକେସନର ନିର୍ଦ୍ଦେଶକ ପଦ ସମ୍ଭାଳିବେ। ସେ ୨୦୧୧ ମସିହାରେ ଏମ୍ସର ପଲମୋନାରି ମେଡିସିନ୍ସ ଆଣ୍ଡ୍ ସ୍ଲିପ ଡିଜଅର୍ଡର ପାଇଁ ଏକ ପୃଥକ ବିଭାଗ ଖୋଲିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp