‘ଏଏମ୍‌ୟୁ’ରେ ଉତ୍ତେଜନା ଉଦ୍ରେକକାରୀ ଭାଷଣ ଦେଇ ମୁମ୍ବାଇରେ ଗିରଫ ହେଲେ ଡାକ୍ତର କାଫୀଲ୍‌ ଖାଁ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ସ୍ପେସାଲ୍‌ ଟାସ୍କ୍‌ ଫୋର୍ସ ଗୁରୁବାର ଦିନ ମୁମ୍ବାଇରୁ ଡାକ୍ତର କାଫୀଲ୍‌ ଖାଁଙ୍କୁ ଗିରିଫ କରିଛି। ଡିସେମ୍ବର ୧୨ ତାରିଖ ଦିନ ‘ଆଲିଗଡ଼ ମୁସ୍‌ଲିମ୍‌ ୟୁନିଭର୍ସିଟି’ରେ କ୍ରୋଧ ଉଦ୍ରେକକାରୀ ଭାଷଣ ଦେଇଥିବା କାରଣରୁ ତାଙ୍କ ନାମରେ ମାମଲା ରୁଜୁ କରାଯାଇଥିଲା।

ଧାର୍ମିକ ଭାବାବେଗକୁ ଆଘାତ ଦେଇଥିବା କଥା ଖାଁଙ୍କ ବିରୋଧରେ ଦିଆଯାଇଥିବା ଏଫ୍‌ଆଇଆର୍‌ରେ ଉଲ୍ଲେଖ କରାଯାଇଛି। ‘ଏଏମ୍‌ୟୁ’ରେ ‘ସିଏଏ’ ବିରୋଧୀ ରାଲିରେ ଭାଷଣ ଦେବା ବେଳେ ଖାଁ କିଛି ଆପତ୍ତିଜନକ କଥା କହିଥିଲେ ବୋଲି ଅଭିଯୋଗ ହୋଇଛି। କାହାରି ନାଁ ନ ଧରି ସେ କୁଆଡ଼େ କହିଥିଲେ: ମଣିଷ ହେବାକୁ ନୁହେଁ, ହିନ୍ଦୁ କି, ମୁସଲମାନ ହେବାକୁ ‘ମୋଟାଭାଇ’ (ବଡ଼ଭାଇ) ସମସ୍ତଙ୍କୁ ଶିକ୍ଷା ଦେଉଛନ୍ତି।

Image Source: Scroll.in

ସେ ମଧ୍ୟ କହିଥିଲେ ଯେ ‘ଆର୍‌ଏସ୍‌ଏସ୍‌’ର ସତ୍ତା ଥିବା ସମୟରୁ ସମ୍ବିଧାନ ଉପରେ ତାଙ୍କର ବିଶ୍ୱାସ ନାହିଁ। ସେ ଆହୁରି କହିଥିଲେ କି, ‘ସିଏଏ’ ଦ୍ୱାରା ଲୋକମାନଙ୍କୁ ଦ୍ୱିତୀୟ ଶ୍ରେଣୀର ନାଗରିକ କରାଯାଉଛି।

୨୦୧୭ ମସିହାରେ ଗୋରଖପୁରସ୍ଥିତ ‘ବିଆର୍‌ଡି ହସ୍‌ପିଟାଲ୍‌’ରେ ଅମ୍ଳଜାନ ଅଭାବରୁ ୩୦ ଜଣ ପିଲାଙ୍କର ମୃତ୍ୟୁ ଘଟଣାରେ ଗିରଫ ହେବା ପରେ ଡାକ୍ତର କାଫୀଲ୍‌ ଖାଁ ଲୋକଲୋଚନକୁ ଆସିଥିଲେ।

ସମ୍ବନ୍ଧିତ ଖବର