ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେସନର ଗେଟ୍ ନମ୍ବର ୧ ନିକଟରେ ହୋଇଥିବା ବିସ୍ଫୋରଣର ତଦନ୍ତ କଡ଼ାକଡ଼ି ଭାବେ ଜାରି ରହିଛି। ଏହି ତଦନ୍ତ ରିପୋର୍ଟରୁ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ସମ୍ପ୍ରତି ବିସ୍ଫୋରଣ ଘଟଣାରେ ସମ୍ପୃକ୍ତ ଥିବା ନେଇ ଗିରଫ ହୋଇଥିବା କାଶ୍ମୀର ଡାକ୍ତର ମୁଜମ୍ମିଲ ଗନଇର ମୋବାଇଲ୍ ଫୋନ୍ ଡାଟାର ବିଶ୍ଳେଷଣର କରାଯାଇଥିଲା।
କାଶ୍ମୀର ଡାକ୍ତର ମୁଜମ୍ମିଲ ଗନଇର ଫୋନ ଡାଟା ବିଶ୍ଳେଷଣରୁ ମିଳିଲା ବଡ଼ ସୁରାଖ
ଏହି ଫୋନ ଡାଟା ବିଶ୍ଳେଷଣ ରିପୋର୍ଟରୁ ଜଣାପଡିଛି ଯେ ଡାକ୍ତର ମୁଜମ୍ମିଲ ତାର ସାଥୀ ଉମର ନବି ସହିତ ମିଶି ଚଳିତ ବର୍ଷ ଜାନୁଆରିରେ ଲାଲକିଲ୍ଲା ଅଞ୍ଚଳରେ ଅନେକଥର ଗୁଇନ୍ଦାଗିରି କରିଛି। ସନ୍ଦେହ କରାଯାଉଛି କି ଲାଲକିଲ୍ଲା ଅଞ୍ଚଳର ସୁରକ୍ଷା ବ୍ୟବସ୍ଥା କିପରି ଅଛି ସେ ବିଷୟରେ ତଥ୍ୟ ସଂଗ୍ରହ କରିବା ପାଇଁ ଡାକ୍ତର ମୁଜମ୍ମିଲ ଏହି ଗୁଇନ୍ଦାଗିରି କରିଥିଲା।
ପୁଲିସ ସନ୍ଦେହ କରୁଛି ଜାନୁଆରି ୨୬ତାରିଖରେ ଲାଲକିଲ୍ଲାକୁ ବିସ୍ଫୋରଣ କରି ଉଡ଼ାଇ ଦେବା ପାଇଁ ଡାକ୍ତର ମୁଜମ୍ମିଲ ଏକ ବଡ଼ ଷଡ଼ଯନ୍ତ୍ର କରିଥିଲା। କିନ୍ତୁ ଶକ୍ତ ସୁରକ୍ଷା ବ୍ୟବସ୍ଥା ସହିତ କଡ଼ାକଡ଼ି ପାଟ୍ରୋଲିଂ ଯୋଗୁଁ ଏହି ଯୋଜନା ପଣ୍ଡ ହୋଇଯାଇଥିବା ଅନୁମାନ କରାଯାଉଛି।
ଟାୱାର ଲୋକେସନ୍ ଡାଟା ଏବଂ ନିକଟବର୍ତ୍ତୀ ଅଞ୍ଚଳରୁ ସଂଗୃହୀତ ସିସିଟିଭି ଫୁଟେଜ୍ ମାଧ୍ୟମରେ ଦୁଇଡାକ୍ତରଙ୍କ ଗତିବିଧି ଉପରେ ନଜର ରଖାଯାଇଥିଲା। ଏଥିରୁ ଜଣାପଡ଼ିଛି ସୋମବାର (ନଭେମ୍ବର ୧୦, ୨୦୨୫) ବିସ୍ଫୋରଣ ହୋଇଥିବା କାରଟି ଅଲ୍-ଫାଲାହ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡକ୍ଟର ଉମାର ନବି ଚଳାଉଥିବା ଜଣାପଡ଼ିଛି।
ଅଧିକପଢ଼ନ୍ତୁ: ଦିଲ୍ଲୀ ବିସ୍ଫୋରଣରେ ଓଡ଼ିଶା ଲିଙ୍କ୍ ! ଜେରା ବେଳେ ସାମ୍ନାକୁ ଆସିଲା ସାଙ୍ଘାତିକ ତଥ୍ୟ...!
ଅଧିକପଢ଼ନ୍ତୁ: ସହରରେ ବୁଲୁଛି ନରହନ୍ତା ହାତୀ...ରାତି ଅଧରେ ଫୁଲ ତୋଳିବାକୁ ବାହାରକୁ ଯାଉଥିଲେ ସାବଧାନ !
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/12/aa1qeth1-2025-11-12-17-37-41.jpg)