ନୂଆଦିଲ୍ଲୀ: ଭାରତୀୟ ଭେଷଜ ସଂଘ(ଆଇଏମ୍ଏ)ର ପୂର୍ବତନ ଅଧ୍ୟକ୍ଷ ପଦ୍ମଶ୍ରୀ ଡା. କେ କେ ଅଗ୍ରଵାଲ (୬୨) ଙ୍କର ସୋମବାର ବିଳମ୍ବିତ ରାତିରେ ଦିଲ୍ଲୀ ଏମ୍ସରେ ପରଲୋକ ଘଟିଛି। କୋଭିଡ୍ରେ ଆକ୍ରାନ୍ତ ହୋଇ ଗତ କିଛି ଦିନ ହେଲା ସେ ଏମ୍ସରେ ଭର୍ତ୍ତି ହେବା ସହ ଭେଣ୍ଟିଲେଟର ସହାୟତାରେ ରହିଥିଲେ। ଡାକ୍ତରୀ ପେସାକୁ ଆପଣେଇବା ପରଠାରୁ ଡା. ଅଗ୍ରଵାଲ ନିଜକୁ ଜନସାଧାରଣଙ୍କ ମଙ୍ଗଳ ପାଇଁ ଉତ୍ସର୍ଗୀକୃତ କରିବା ସହ ମହାମାରୀ ସମୟରେ ସାଧାରଣ ଲୋକଙ୍କୁ କୋଭିଡ୍ ସମ୍ପର୍କରେ ଅବଗତ କରିବା ପାଇଁ ବିଭିନ୍ନ ଭିଡିଓ ବାର୍ତ୍ତା ଓ ଶୈକ୍ଷିକ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିଲେ । ଏହା ୧୦ କୋଟି ଲୋକଙ୍କ ପାଖରେ ପହଞ୍ଚିପାରିଥିଲା। ତାଙ୍କ ମୃତ୍ୟୁରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଵାଲ ଶୋକ ପ୍ରକାଶ କରି, ଗରିବ ଲୋକଙ୍କ ସ୍ବାସ୍ଥ୍ୟ ଅଧିକାର ପ୍ରତି ନିଜକୁ ସମର୍ପଣ କରିଦେଇଥିବା ଡା. ଅଗ୍ରଵାଲଙ୍କ ପରଲୋକ ଖବର ସମଗ୍ର ଦେଶ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି।
କୋଭିଡ୍ରେ ଭେଷଜ ସଂଘ ପୂର୍ବତନ ଅଧ୍ୟକ୍ଷ ପଦ୍ମଶ୍ରୀ ଡା. ଅଗ୍ରଵାଲଙ୍କ ପରଲୋକ
/sambad/media/post_attachments/wp-content/uploads/2021/05/f56h45s6f4h56fs46h5sfhfshfshfshfhfhsfhs.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)