ନୂଆଦିଲ୍ଲୀ: ପାକିସ୍ତାନର ଜୈସ-ଏ-ମହମ୍ମଦ (ଜେଇଏମ୍) ସହ ଜଡିତ ଏକ ହ୍ୱାଇଟ୍ କଲର୍ ଆତଙ୍କବାଦୀ ମଡ୍ୟୁଲ୍ ମାମଲାରେ ଗତ ସପ୍ତାହରେ ଫରିଦାବାଦରୁ ଗିରଫ ହୋଇଥିବା ଡାକ୍ତର ଶାହିନ ଶାହିଦ ମିଥ୍ୟା ଠିକଣାରେ ପଞ୍ଜୀକୃତ ହୋଇଥିବା ସିମ୍ କାର୍ଡ ବ୍ୟବହାର କରିଥିଲା। ଅଲ-ଫଲାହ ବିଶ୍ୱବିଦ୍ୟାଳୟ କ୍ୟାମ୍ପସର ହଷ୍ଟେଲରେ ରହୁଥିବା ଶାହିନ ହରିୟାଣାର ଧୌଜରେ ଥିବା ଏକ ମସଜିଦର ଠିକଣା ବ୍ୟବହାର କରି ସିମ୍ ପାଇଥିଲା। ଏହି ନମ୍ବରକୁ ସେ ବାରମ୍ବାର ବ୍ୟବହାର କରୁଥିଲା।
ଏହା ମଧ୍ୟ ଜଣାପଡିଛି ଯେ, ଡାକ୍ତର ଶାହିନ୍ ଲକ୍ଷ୍ନୌରେ ଥିବା ତା’ ପିତାଙ୍କ ବାସଭବନକୁ ତା’ର ସ୍ଥାୟୀ ଠିକଣା ଭାବରେ ତାଲିକାଭୁକ୍ତ କରିନାହିଁ। ଏହା ପରିବର୍ତ୍ତେ ସେ ତା’ ଭାଇ ପରଭେଜ ଅନସାରୀର ଠିକଣା ପ୍ରଦାନ କରିଛି, ଯାହାକୁ ଏହି ସପ୍ତାହ ଆରମ୍ଭରେ ଲକ୍ଷ୍ନୌରେ ତା’ ବାସଭବନରେ ଚଢ଼ାଉ କରିବା ପରେ ଉତ୍ତରପ୍ରଦେଶ ପୁଲିସ ଓ ଆତଙ୍କବାଦ ନିରୋଧୀ ସ୍କ୍ବାଡ୍ ଦ୍ୱାରା ଅଟକ ରଖାଯାଇଥିଲା। ଏହା ବ୍ୟତୀତ, ଡକ୍ଟର ଶାହିନର ଭ୍ରମଣ ରେକର୍ଡକୁ ବିଶ୍ଳେଷଣ କରିବା ସମୟରେ ଜଣାପଡିଛି ଯେ, ସେ କାନପୁରରେ ଚାକିରି ଛାଡିବା ପରେ ୨୦୧୩ରେ କିଛି ସମୟ ପାଇଁ ଥାଇଲାଣ୍ଡ ଗସ୍ତ କରିଥିଲା। ପ୍ରାୟ ଦୁଇ ମାସ ପୂର୍ବେ, ଶାହିନ ତା’ ଭାଇ ପରଭେଜ୍ ଅନସାରୀକୁ ଦେଖା କରିବାକୁ ଲକ୍ଷ୍ନୌ ଯାଇଥିଲା। ପରେ ଦୁହେଁ ଏକାଠି କାନପୁର ଯାତ୍ରା କରିଥିଲେ, ଯାହା ବର୍ତ୍ତମାନ ଉତ୍ତରପ୍ରଦେଶ ଆତଙ୍କବାଦ ନିରୋଧୀ ସ୍କ୍ୱାଡ୍ ଓ ତଦନ୍ତକାରୀ ଦଳ ଦ୍ୱାରା ଯାଞ୍ଚ କରାଯାଉଛି। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଡ. ଶାହିନକୁ ଭାରତରେ ଜୈସ-ଏ-ମହମ୍ମଦର ମହିଳା ଶାଖା ପ୍ରତିଷ୍ଠା ଓ ନେତୃତ୍ୱ ନେବାର ଦାୟିତ୍ୱ ଦିଆଯାଇଥିଲା। ଜମାତ-ଉଲ୍-ମୋମିନିନ୍ ନାମକ ଏହି ମହିଳା ସଂଗଠନ ମହିଳା ନେତୃତ୍ୱାଧୀନ ଉଗ୍ରବାଦ ଓ ନିଯୁକ୍ତି ନେଟୱାର୍କ ବିସ୍ତାର କରିବାକୁ ଲକ୍ଷ୍ୟ ରଖିଥିଲା। ଲକ୍ଷ୍ନୌର ଇଣ୍ଟିଗ୍ରାଲ୍ ୟୁନିଭର୍ସିଟିରେ ସିନିୟର ରେସିଡେଣ୍ଟ ଡାକ୍ତର ପରଭେଜ୍ ଅନସାରୀ ସୋମବାର ରାତିରେ ତା’ ଭଉଣୀ ଗିରଫ ହେବା ପରେ ସହର ଛାଡିବାକୁ ଚେଷ୍ଟା କରିଥିଲା। ତେବେ ତାକୁ ତଦନ୍ତକାରୀମାନେ ଅଟକାଇଥିଲେ ଏବଂ ବର୍ତ୍ତମାନ ତାକୁ ପଚରାଉଚରା କରାଯାଉଛି। ନଭେମ୍ବର ୧୨ ତାରିଖରେ ଅନସାରୀ ଘରେ ଚଢ଼ାଉ ସମୟରେ ଅଧିକାରୀମାନେ ଛଅଟି ମୋବାଇଲ୍ ଫୋନ୍, ତିନୋଟି ଛୁରୀ, ଗୋଟିଏ ଅନ୍ତର୍ଜାତୀୟ କଲିଂ କାର୍ଡ ଏବଂ ଅନ୍ୟାନ୍ୟ ଡିଜିଟାଲ୍ ଉପକରଣ ଜବତ କରିଥିଲେ।
Terror module SIM: ଆତଙ୍କବାଦୀ ମଡ୍ୟୁଲ୍ ସିମ୍ କାର୍ଡ ପାଇବା ପାଇଁ ହରିୟାଣା ମସଜିଦ୍ ଠିକଣା ଦେଇଥିଲା ଡାକ୍ତର ଶାହିନ୍
ପାକିସ୍ତାନର ଜୈସ-ଏ-ମହମ୍ମଦ (ଜେଇଏମ୍) ସହ ଜଡିତ ଏକ ହ୍ୱାଇଟ୍ କଲର୍ ଆତଙ୍କବାଦୀ ମଡ୍ୟୁଲ୍ ମାମଲାରେ ଗତ ସପ୍ତାହରେ ଫରିଦାବାଦରୁ ଗିରଫ ହୋଇଥିବା ଡାକ୍ତର ଶାହିନ ଶାହିଦ ମିଥ୍ୟା...
/sambad/media/media_files/2025/11/16/untitled-10-2025-11-16-05-55-06.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)