ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପୂର୍ବତନ ମୁଖ୍ୟ ବୈଜ୍ଞାନିକ ଡାକ୍ତର ସୌମ୍ୟ ସ୍ୱାମୀନାଥନ କହିଛନ୍ତି ଯେ ହ୍ୟୁମାନ ମେଟାପ୍ୟୁମୋଭାଇରସ୍ (ଏଚଏମପିଭି)କୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ। ଏହା ଏକ ଜଣାଶୁଣା ଭୂତାଣୁ ଯାହା ଶ୍ୱାସକ୍ରିୟା ସଂକ୍ରମଣ ସୃଷ୍ଟି କରିଥାଏ, ଯାହାର ଲକ୍ଷଣ ଅଧିକାଂଶ ସାମାନ୍ୟ ବୋଲି ସେ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି। ମାସ୍କ ପିନ୍ଧିବା, ହାତ ଧୋଇବା ଇତ୍ୟାଦି ଥଣ୍ଡା ଲକ୍ଷଣ ପାଇଁ ସାଧାରଣ ସତର୍କତା ଅବଲମ୍ବନ କରିବାକୁ ସ୍ୱାମୀନାଥନ ଲୋକଙ୍କୁ ଅନୁରୋଧ କରିଛନ୍ତି।
"ଭୟଭୀତ ହେବା ପରିବର୍ତ୍ତେ ଥଣ୍ଡା ହେଲେ ଆମେ ସମସ୍ତେ ସାଧାରଣ ସତର୍କତା ଅବଲମ୍ବନ କରିବା ଉଚିତ। ଆମେ ମାସ୍କ ପିନ୍ଧିବା, ହାତ ଧୋଇବା, ଭିଡ଼ରୁ ଦୂରେଇ ରହିବା, ଗମ୍ଭୀର ଲକ୍ଷଣ ଦେଖାଦେଲେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। କର୍ଣ୍ଣାଟକ ଓ ଗୁଜରାଟରେ ସୋମବାର ଭାରତରେ ୩ ଜଣ ଶିଶୁଙ୍କ ଠାରେ ଭୂତାଣୁର ଲକ୍ଷଣ ଦେଖାଯିବା ପରେ ସେମାନଙ୍କ ଠାରେ ଏହି ଭୂତାଣୁ ର ଲକ୍ଷଣ ଦେଖାଯିବା ପରେ ଡବ୍ଲୁଏଚଓର ପୂର୍ବତନ ବୈଜ୍ଞାନିକ ଏହି ଆଶ୍ୱାସନା ଦେଇଛନ୍ତି। କିଛି ଦିନ ତଳେ ଭାରତରେ ଏଚଏମପିଭିର ପ୍ରଥମ ମାମଲା ସାମ୍ନାକୁ ଆସିଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/01/06/Pi9STVCPcNrPd2PorHTQ.jpg)