ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ବଦଳିଲା ନିୟମ, ପରୀକ୍ଷାରେ ପାସ ହେଲେ ମିଳିବ ଲାଇସେନ୍ସ

ନୂଆଦିଲ୍ଲୀ: ଯଦି ଆପଣ ଡ୍ରାଇଭିଙ୍ଗ ଲାଇସେନ୍ସ କରିବାକୁ ଯାଉଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ନିଶ୍ଚିତ ଭାବେ ଜରୁରୀ | ବିହାର ସରକାର ଡ୍ରାଇଭିଙ୍ଗ ଲାଇସେନ୍ସ ସମ୍ବଳିତ ନିୟମରେ ପରିବର୍ତ୍ତନ କରିଛନ୍ତି | ନୂଆ ନିୟମ ମୁତାବକ ଏଣିକି ସେହିମାନଙ୍କୁ ଲାଇସେନ୍ସ ମିଳିବ ଯେଉଁମାନେ ପାଠ ପଢ଼ିଥିବେ | ବିହାର ସରକାର ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ଅନଲାଇନ ଟେଷ୍ଟ ନେବା ଆରମ୍ଭ କରିଦେଇଛନ୍ତି | ଏହି ଅନଲାଇନ ଟେଷ୍ଟରେ ଆପଣଙ୍କୁ ଅତି କମରେ ୫୦ ପ୍ରତିଶତ ପ୍ରଶ୍ନର ଉତ୍ତର ଦେବାକୁ ପଡିବ |

fora.ie

ବିହାରର ପରିବହନ ମନ୍ତ୍ରୀ ସନ୍ତୋଷ ନିରାଲା କହିଛନ୍ତି ଯେ ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ଅନଲାଇନ ପରୀକ୍ଷା ନିୟମକୁ ତୁରନ୍ତ ଲାଗୁ କରିଦିଆଯାଇଛି | ଲୋକଙ୍କୁ ଲାଇସେନ୍ସ କରିବାକୁ ହେଲେ କମ୍ପ୍ୟୁଟର ସାମ୍ନାରେ ବସି ଟେଷ୍ଟ ଦେବାକୁ ହେବ | ଆବେଦକ ଉଭୟ ହିନ୍ଦୀ ଓ ଇଂରାଜୀରେ ପରୀକ୍ଷା ଦେଇପାରିବେ |

ଏହି ପରୀକ୍ଷାରେ ଆବେଦକଙ୍କୁ ଅତି କମରେ ୫୦ ପ୍ରତିଶତ ମାର୍କ ରଖିବାକୁ ପଡିବ | ଅର୍ଥାତ ଯିଏ ପଢିବା ଓ ଲେଖିବା ଶିଖିନାହିଁ ବା କମ୍ପ୍ୟୁଟର ଚଳାଇବା ଜାଣିନାହିଁ ସିଏ ବିହାରରେ ଡ୍ରାଇଭିଙ୍ଗ ଲାଇସେନ୍ସ କରିପାରିବେ | ବଡ କଥା ଯେ ଏଭଳି ନୂଆ ନିୟମ ପାଠ ପଢିନଥିବା ଡ୍ରାଇଭରଙ୍କ ପାଇଁ କଷ୍ଟସାଧ୍ୟ ହୋଇଯିବ | କାରଣ ଅଧିକାଂଶ ଡ୍ରାଇଭର ଭଲ ଭାବରେ କମ୍ପ୍ୟୁଟର ଚଳାଇବା ଜାଣିନଥାନ୍ତି |

ସମ୍ବନ୍ଧିତ ଖବର