ଥିରୁବନନ୍ତପୁରମ୍ : ସବରିମାଳା ମନ୍ଦିରରେ ଗତକାଲି ରାତି ଅଧିଆ ହାଇଡ୍ରାମା ଚାଲିଥିଲା। ପୂଜା ସରିବା ପରେ ଏବଂ ମନ୍ଦିର ବନ୍ଦ ହେବାପରେ ରାତି ପ୍ରାୟ ୧୧ ଟା ସମୟରେ ଆରମ୍ଭ ହୋଇ ଯାଇଥିଲା ଡ୍ରାମା। ଆନ୍ଦୋଳନକାରୀମାନେ ଭକ୍ତ ବେଶରେ ଆସି ମନ୍ଦିର ବାହାରେ ରୁଣ୍ଡ ହୋଇ ଯାଇଥିଲେ ଏବଂ ଉଚ୍ଚ ସ୍ବରରେ ଆୟପ୍ପା ମନ୍ତ୍ର ଉଚ୍ଚାରଣ କରିଥିଲେ। ପୁଲିସ ସେମାନଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ଏହାର ବିରୋଧ କରିଥିଲେ ଏବଂ ମନ୍ତ୍ର ଉଚ୍ଚାରଣ ଜାରି ରଖିଥିଲେ। ଏହାକୁ ବିରୋଧ କରି ପୁଲିସ ଅନେକଙ୍କୁ ଗିରଫ କରିଥିଲା ଏବଂ ଅଟକ ରଖିଥିଲା। କିନ୍ତୁ ପୁଲିସର ଗିରଫକୁ ବିରୋଧ କରି ବିଜେପି ଏବଂ ଆରଏସ୍ଏସ୍ ପକ୍ଷରୁ ଗତକାଲି ଜୋରଦାର ଆନ୍ଦୋଳନ ହୋଇଥିଲା। ଦକ୍ଷିଣ ପନ୍ଥୀ ଅନୁଷ୍ଠାନର ଅନେକ ସଂଖ୍ୟାରେ କର୍ମୀ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ବାସଭବନ ବାହାରେ ମଧ୍ୟ ପ୍ରତିବାଦ ଆନ୍ଦୋଳନ କରିଥିଲେ। ବିଜେପି କର୍ମୀମାନେ କୋଚି, କୋଜିକୋଡ୍, ମାଲାପୁରା, ଅରଣମୁଲା, କୋଲ୍ଲମ, ଆଲାପୁଝା, ରାଣୀ, ଥୋଡ଼ୁପୁଝା, କାଲାଡ଼ି ଏବଂ ଇଡ଼ୁକିରେ ଆନ୍ଦୋଳନ କରିଥିଲେ। ମନମୁଖି କାର୍ଯ୍ୟକୁ ବିରୋଧ କରି ବିଜେପି ଯୁବଶାଖା ଦ୍ବାରା ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ ବୋଲି କୁହାଯାଇଛି। ଅନ୍ୟପକ୍ଷେ ଟ୍ରାଭାନକୋର ଦେବସ୍ବମ ବୋର୍ଡ ଆଜି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଏବଂ ସବରିମାଳା ମନ୍ଦିରରେ ସବୁ ବୟସର ମହିଳାଙ୍କ ପ୍ରବେଶ ସଂକ୍ରାନ୍ତ ରାୟ କାର୍ଯ୍ୟକାରୀ ପାଇଁ ଅଧିକ ସମୟ ଲୋଡ଼ିଛନ୍ତି।
ତେବେ ଶହଶହ ଆନ୍ଦୋଳନକାରୀ ପୁଲିସ କଟକଣାକୁ ବିରୋଧ କରିଥିବାରୁ ଏବଂ ପୁଲିସ ବାହିନୀ ମୁତୟନକୁ ବିରୋଧ କରିଥିବାରୁ ସେମାନଙ୍କୁ ଅଟକ ରଖାଯାଇଛି। ଏନେଇ ୭୦ ଜଣ ଗିରଫ ହୋଇଛନ୍ତି। ପୁଲିସ କାର୍ଯ୍ୟରେ ବାଧା ସୃଷ୍ଟି କରିଥିବାରୁ ୨୦୦ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। କେନ୍ଦ୍ରମନ୍ତ୍ରୀ କେଜେ ଆଲଫନ୍ସ କହିଛନ୍ତି ଯେ ସବରିମାଳାରେ ଏବେ ଜରୁରୀ ସ୍ଥିତିଠାରୁ ବଳି ସାଂଘାତିକ ସ୍ଥିତି ଉପୁଜିଛି। ଭକ୍ତମାନଙ୍କୁ ଆଗକୁ ଯିବାକୁ ଅନୁମତି ଦିଆଯାଇନି। ବିନା କାରଣରେ ୧୪୪ ଧାରା ଜାରି ହୋଇଛି। ଭକ୍ତମାନେ ଆତଙ୍କବାଦୀ ନୁହନ୍ତି, ତେବେ ସବରିମାଳାରେ ୧୫,୦୦୦ ପୁଲିସଙ୍କର କ’ଣ ଆବଶ୍ୟକତା ରହିଛି ବୋଲି ଆଲ୍ଫନ୍ସ ପ୍ରଶ୍ନ କରିଛନ୍ତି।
ସବରିମାଳାରେ ରାତିଅଧିଆ ଡ୍ରାମା
ବିଭିନ୍ନ ସ୍ଥାନରେ ଆନ୍ଦୋଳନ, ୭୦ ଗିରଫ
/sambad/media/post_attachments/wp-content/uploads/2018/11/sabrimala-protest.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)