କେରଳ ରାଜ୍ୟପାଳଙ୍କୁ ବିଧାନସଭାରେ ଜୋରଦାର ବିରୋଧ

ଥିରୁଅନନ୍ତପୁରମ୍‌ : କେରଳ ରାଜ୍ୟପାଳଙ୍କୁ ବିଧାନସଭାରେ କଂଗ୍ରେସ ନେତୃତ୍ବାଧୀନ ବିରୋଧୀ ଦଳ ଜୋରଦାର ବିରୋଧ କରିଛନ୍ତି। ରାଜ୍ୟପାଳ ଆରିଫ୍‌ ମହମ୍ମଦ ଖାନ୍‌ ଆଜି ବିଧାନସଭା ମଧ୍ୟକୁ ପ୍ରବେଶ କରିବା ମାତ୍ରେ ଉତ୍ତ୍ୟକ୍ତ କଂଗ୍ରେସ ବିଧାୟକମାନେ ତାଙ୍କ ରାସ୍ତା ଅବରୋଧ କରିଥିଲେ। ତାଙ୍କୁ ଗୃହ ମଧ୍ୟକୁ ପ୍ରବେଶ କରିବାକୁ ଦେଇ ନଥିଲେ। କଂଗ୍ରେସ ବିଧାୟକମ‌ାନେ ରାଜ୍ୟପାଳଙ୍କ ବିରୋଧରେ ନାନା ସ୍ଲୋଗାନ ଦେବା ସହ ହାତରେ ପ୍ଲାକାର୍ଡ ଧରି ବିରୋଧ କରିଥିଲେ। ବିରୋଧୀମାନେ ରାଜ୍ୟପାଳଙ୍କ ରାସ୍ତା ଅବରୋଧ କରିବାରୁ ତାଙ୍କୁ ୧୦ ମିନିଟ ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ ଠିଆ ହେବାକୁ ପଡ଼ିଥିଲା। ବାଚସ୍ପତି ପି. ଶିବରାମକୃଷ୍ଣନ୍‌ ବାରମ୍ବାର ଅନୁରୋଧ ସତ୍ତ୍ବେ ବିରୋଧୀମାନେ ରାଜ୍ୟପାଳଙ୍କୁ ଭିତରକୁ ଛାଡ଼ି ନଥିଲେ। ତେବେ ବିଧାନସଭାର ସୁରକ୍ଷାକର୍ମୀମାନେ ପହଞ୍ଚି ରାଜ୍ୟପାଳଙ୍କୁ ବିଧାନସଭା ମଧ୍ୟକୁ ନେଇଥିଲେ। ରାଜ୍ୟପାଳ ସିଏଏର ଦୃଢ ସମର୍ଥକ ଥିବାରୁ ବିାରୋଧୀ ଦଳ କଂଗ୍ରେସ ତାଙ୍କୁ ଦୃଢ ବିରୋଧ କରି ଆସୁଛି।

ସମ୍ବନ୍ଧିତ ଖବର