ହଜଖାସ ଜଗନ୍ନାଥ ମନ୍ଦିରରେ ଦ୍ରୌପଦୀଙ୍କ ପୂଜାର୍ଚ୍ଚନା

ନୂଆଦିଲ୍ଲୀ : ଆଜିଠାରୁ ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ତାଙ୍କର ନିର୍ବାଚନ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି। ପ୍ରଥମ ଦିନରେ ହିମାଚଳ ପ୍ରଦେଶ ଓ ହରିୟାଣା ଗସ୍ତ କାର୍ଯ୍ୟକ୍ରମ ପୂର୍ବରୁ ସେ ଆଜି ଭୋର ସକାଳ ୫.୧୦ରେ ଦିଲ୍ଲୀର ହଜଖାସ ଜଗନ୍ନାଥ ମନ୍ଦିରରେ ପହଞ୍ଚିଥିଲେ। ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅବସରରେ ସେ ମନ୍ଦିରରେ ପହଞ୍ଚି ସେଠାରେ ୩୦ ମିନିଟ ଧରି ପୂଜାର୍ଚ୍ଚନା କରିଥିଲେ। ପୂଜାର୍ଚ୍ଚନା କରିବା ସହିତ ସେ ମନ୍ଦିର ପରିଦର୍ଶନ କରିଥିଲେ। ଶ୍ରୀମତୀ ମୁର୍ମୁଙ୍କ ମନ୍ଦିର ପରିଦର୍ଶନ ବେଳେ ସୁରକ୍ଷା କାରଣରୁ ମନ୍ଦିରର ପୂଜକ ଏବଂ ମନ୍ଦିର ପରିଚାଳନା କମିଟିର କିଛି ସଦସ୍ୟଙ୍କୁ ବାଦ ଦେଇ ଅନ୍ୟମାନଙ୍କୁ ମନ୍ଦିର ପ୍ରବେଶ ବାରଣ କରାଯାଇଥିଲା ଓ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ହଜଖାସ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସଂପାଦକ ରବୀନ୍ଦ୍ର ପ୍ରଧାନ ଏହି ସମୟରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର