ଦ୍ରୌପଦୀ ମୁର୍ମୁ ଦେଶର ଜଣେ ମହାନ ରାଷ୍ଟ୍ରପତି ହେବେ ବୋଲି ମୋର ବିଶ୍ବାସ : ମୋଦୀ

ଭୁବନେଶ୍ବର : ଓଡ଼ିଶାର ଦ୍ରୌପଦୀ ମୁର୍ମୁଙ୍କ ନାମ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାହାକୁ ସ୍ବାଗତ କରିଛନ୍ତି ।

ଏକ ଟୁଇଟ କରି ମୋଦୀ ଲେଖିଛନ୍ତି “ସମାଜସେବା ବିଶେଷକରି ଗରିବ, ଦୁର୍ବଳ ବର୍ଗର ସେବା ଓ ସେମାନଙ୍କ ସଶକ୍ତିକରଣ ଦିଗରେ ଦ୍ରୌପଦୀ ମୁର୍ମୁ ନିଜର ସାରା ଜୀବନ ଉତ୍ସର୍ଗ କରିଛନ୍ତି । ତାଙ୍କର ଉତ୍ତମ ପ୍ରଶାସନିକ ଅଭିଜ୍ଞତା ରହିଛି ଓ ରାଜ୍ୟପାଳଭାବେ ତାଙ୍କର କାର୍ଯ୍ୟକାଳ ବେଶ ଉଲ୍ଲେଖନୀୟ ଥିଲା । ସେ ଆମ ଦେଶର ଜଣେ ମହାନ ରାଷ୍ଟ୍ରପତି ହେବେ ବୋଲି ମୋର ଦୃଢ ବିଶ୍ବାସ ।“

 

“  କୋଟି କୋଟି ଲୋକ ଯେଉଁମାନେ ଦାରିଦ୍ର୍ୟ ମଧ୍ୟରେ ବଢିଛନ୍ତି ଓ କଠିନ ପରିସ୍ଥିତିର ସାମନା କରିଛନ୍ତି, ସେମାନେ ଦ୍ରୌପଦୀ ମୁର୍ମୁଙ୍କ ଜୀବନ କାହାଣୀରୁ ପ୍ରେରଣା ଓ ଶକ୍ତି ପାଆନ୍ତି । ଶାସନ ସମ୍ପର୍କରେ ତାଙ୍କର ଅଭିଜ୍ଞତା ଆମ ଦେଶ ପାଇଁ ବେଶ ଲାଭକାରୀ ହେବ ।“

ସୂଚନାଯୋଗ୍ୟ ଯେ, ଆଜି ମୁର୍ମୁଙ୍କୁ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରାଯାଇଛି । ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ସଭାପତି ଜେ.ପି.ନଡ୍ଡା ଘୋଷଣା କରିଛନ୍ତି ।

ସମ୍ବନ୍ଧିତ ଖବର