୨୫ରେ ଶପଥ ନେବେ ଦ୍ରୌପଦୀ ମୁର୍ମୁ, ଶପଥଗ୍ରହଣ ପାଇଁ ବ୍ୟାପକ ଆୟୋଜନ

ନୂଆଦିଲ୍ଲୀ : ଦ୍ରୌପଦୀ ମୁର୍ମୁ ଆସନ୍ତା ୨୫ ତାରିଖ ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ନେବେ। ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତିଙ୍କ ଶପଥଗ୍ରହଣ ପାଇଁ ବ୍ୟାପକ ଆୟୋଜନ କରାଯାଇଛି। ରାଷ୍ଟ୍ରପତି ସଚିବାଳୟ ପକ୍ଷରୁ ମୁର୍ମୁଙ୍କ ଶପଥ ଗ୍ରହଣ ପାଇଁ ଶୁକ୍ରବାର ଦିନ ଏକ କାର୍ଯ୍ୟସୂଚୀ ଜାରି ହୋଇଛି। ଦ୍ରୌପଦୀ ମୁର୍ମୁ ସୋମବାର ସକାଳ ୧୦.୧୪‌ରେ ଶପଥ ନେବେ। ଏହା ପୂର୍ବରୁ ହେବାକୁ ଥିବା କାର୍ଯ୍ୟକ୍ରମର ବିବରଣୀ-

୯.୧୭ : ରାମନାଥ କୋବିନ୍ଦ ନିଜ ଆପାର୍ଟମେଣ୍ଟ ଛାଡ଼ି ‘କାବେରୀ’ (କମିଟି ପ୍ରକୋଷ୍ଠ) ଅଭିମୁଖେ ବାହାରିବେ। ୯.୨୦ରେ କୋବିନ୍ଦ ସେଠାରେ ପହଞ୍ଚିବେ।

୯.୨୨ : ରାଷ୍ଟ୍ରପତି ନିର୍ବାଚିତ ହୋଇଥିବା ଦ୍ରୌପଦୀ ମୁର୍ମୁ ନର୍ଥ କୋର୍ଟରେ ପହଞ୍ଚିବେ। ସେଠାରେ ତାଙ୍କୁ ରାଷ୍ଟ୍ରପତିଙ୍କ ଏଡିସି ସ୍ବାଗତ କରି କାବେରୀ ଅଭିମୁଖେ ପାଛୋଟି ନେବେ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ସେଠାରେ ତାଙ୍କୁ ସ୍ବାଗତ କରିବେ।

୯.୩୭ : ରାଷ୍ଟ୍ରପତିଙ୍କ ସାମରିକ ସଚିବ ଫୋରକୋର୍ଟ‌୍‌ରେ ପହଞ୍ଚି ରାଷ୍ଟ୍ରପତିଙ୍କ ସୁରକ୍ଷାକର୍ମୀଙ୍କଠାରୁ ସାଲ୍ୟୁଟ୍‌ ନେବେ ।

୯.୪୨ : ରାଷ୍ଟ୍ରପତି କୋବିନ୍ଦ ଏବଂ ରାଷ୍ଟ୍ରପତି ନିର୍ବାଚିତ ହୋଇଥିବା ଦ୍ରୌପଦୀ ମୁର୍ମୁ କାବେରୀ ଛାଡ଼ି ଦରବାର ହଲ୍‌ ଅଭିମୁଖେ ବାହାରି‌ବେ।

୯.୪୯ : ରାଷ୍ଟ୍ରପତିଙ୍କ ବଡିଗାର୍ଡ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜାତୀୟ ସାଲ୍ୟୁଟ୍‌ ଦେବେ ।

୯.୫୦ : ମୁର୍ମୁ ନର୍ଥ କୋର୍ଟ‌୍ ଛାଡ଼ି ସଂସଦର କେନ୍ଦ୍ରୀୟ ହଲ୍‌ ଅଭିମୁଖେ ଯିବେ।

୧୦.୦୩ : ରାଷ୍ଟ୍ରପତି କୋବିନ୍ଦ ଏବଂ ରାଷ୍ଟ୍ରପତି ନିର୍ବାଚିତ ହୋଇଥିବା ମୁର୍ମୁ ଏକ ମୋ‌ଟରକେଡ୍‌ରେ ସଂସଦ ଭବନରେ ପହଞ୍ଚିବେ। ରାଜ୍ୟସଭା ଅଧ୍ୟକ୍ଷ, ଲୋକସଭା ବାଚସ୍ପତି ଏବଂ ପ୍ରଧାନ ବିଚାରପତି ସେମାନଙ୍କୁ ପାଛୋଟି ନେବେ।

୧୦.୦୫ : ଏହାପରେ ରାଷ୍ଟ୍ରପତିଙ୍କ ଶୋଭାଯାତ୍ରା କେନ୍ଦ୍ରୀୟ ହଲ୍‌ ପର୍ଯ୍ୟନ୍ତ ଯିବ।

୧୦.୧୧ : ଗୃହ ସଚିବ ନିର୍ବାଚନ କମିସନ୍‌ଙ୍କ ବିବୃତ୍ତି ପଢ଼ିବାପାଇଁ ରାଷ୍ଟ୍ରପତିଙ୍କ ଅନୁମତି ମାଗିବେ। ରାଷ୍ଟ୍ରପତିଙ୍କ ଅନୁମତି ପାଇବା ପରେ ଗୃହ ସଚିବ ଏହି ବିବୃତି ପାଠ କରିବେ।

୧୦.୧୪ : ପ୍ରଧାନ ବିଚାରପତି ଦ୍ରୌପଦୀ ମୁର୍ମୁଙ୍କୁ ଶପଥ ପାଠ କରାଇବେ। ଶପଥ ପରେ ନୂଆ ରାଷ୍ଟ୍ରପତିଙ୍କ ପାଇଁ ଆସନ ଛାଡ଼ିବେ କୋବିନ୍ଦ।

୧୦-୧୮ : ରାଷ୍ଟ୍ରପତିଙ୍କ ସଚିବ ନୂଆ ରାଷ୍ଟ୍ରପତିଙ୍କ ସମ୍ମୁଖରେ ଶପଥ ରେଜିଷ୍ଟର ରଖିବେ। ଏହି ରେଜିଷ୍ଟର୍‌ରେ ମୁର୍ମୁ ଦସ୍ତଖତ କରିବେ।

୧୦.୧୮ : ଗୃହ ସଚିବ ରାଷ୍ଟ୍ରପତିଙ୍କ ଅନୁମତିକ୍ର‌ମେ ଘୋଷଣାନାମା ଜାରି କରିବେ

୧୦.୨୩ : ନୂଆ ରା‌ଷ୍ଟ୍ରପତି ଉଦ୍‌ବୋଧନ ଦେବେ ୧୦.୩୫: ରାଷ୍ଟ୍ରପତିଙ୍କ ଅନୁମତିକ୍ରମେ ଗୃହ ସଚିବ ଶପଥ ସମାରୋହ ସମାପ୍ତି ଘୋଷଣା କରିବେ।

ସମ୍ବନ୍ଧିତ ଖବର