କିନଶାସା: ଆଫ୍ରିକା ମହାଦେଶର ପୂର୍ବ କଙ୍ଗୋ ଅଞ୍ଚଳରେ ବର୍ଷ ବର୍ଷ ଧରି ଚାଲିଥିବା ହିଂସା ଏବଂ ସଂଘର୍ଷର ଅନ୍ତ ଘଟାଇବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। କଙ୍ଗୋ ସରକାର ଏବଂ ରୱାଣ୍ଡା ଦ୍ୱାରା ସମର୍ଥିତ ବିଦ୍ରୋହୀ ଗୋଷ୍ଠୀ ସ୍ଥାୟୀ ଯୁଦ୍ଧବିରତି ପାଇଁ ଏକ ଐତିହାସିକ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ଏହା ଦ୍ବାରା ପ୍ରାୟ ୩ ଦଶନ୍ଧି ଧରି ଚାଲିଥିବା ସଶସ୍ତ୍ର ସଂଘର୍ଷର ଅନ୍ତ କରିଛି। 

Advertisment

୧୯୯୬ ମସିହାରୁ ଚାଲିଥିବା ଏହି ସଂଘର୍ଷକୁ ଆଫ୍ରିକାର ବିଶ୍ୱଯୁଦ୍ଧ ମଧ୍ୟ କୁହାଯାଏ। ଏଥିରେ ୯ ରୁ ଅଧିକ ଆଫ୍ରିକୀୟ ଦେଶ ସାମିଲ ଥିବା ଦାବି କରାଯାଏ  । ଏହି ସଂଘର୍ଷରେ ୫୦ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଥିଲେ।

୧୯୯୬ ମସିହାରୁ ଚାଲିଥିବା ଏହି ସଂଘର୍ଷକୁ ଆଫ୍ରିକାର ବିଶ୍ୱଯୁଦ୍ଧ ମଧ୍ୟ କୁହାଯାଏ। ଏଥିରେ ୯ ରୁ ଅଧିକ ଆଫ୍ରିକୀୟ ଦେଶ ସାମିଲ ଥିବା ଦାବି କରାଯାଏ  । ଏହି ସଂଘର୍ଷରେ ୫୦ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ୧୯୯୪ରେ ହୋଇଥିବା ରଓ୍ବାଣ୍ଡା ଗଣହତ୍ୟା ପରେ ଅନେକ ଲୋକ କଙ୍ଗୋ ଯାଇ ଆଶ୍ରୟ ନେଇଥିଲେ। ଏହା ପରେ ୧୯୯୬ ମସିହାରେ ରଓ୍ବାଣ୍ଡା କଙ୍ଗୋ ଉପରେ ଆକ୍ରମଣ କରିଥିଲା । 

ଶୁକ୍ରବାର ଦିନ ଆଫ୍ରିକୀୟ ସଂଘ ଏବଂ ଜାତିସଂଘର ମଧ୍ୟସ୍ଥତାରେ କଙ୍ଗୋ ଗଣତାନ୍ତ୍ରିକ ଗଣରାଜ୍ୟ (ଡିଆରସି) ଏବଂ ରୱାଣ୍ଡା ଦ୍ୱାରା ସମର୍ଥିତ ଏମ୨୩ ବିଦ୍ରୋହୀ ଗୋଷ୍ଠୀର ପ୍ରତିନିଧିମାନଙ୍କ ସହିତ ଏହି ଚୁକ୍ତିନାମାରେ ପହଞ୍ଚିଥିଲା। ଏହି ଗୋଷ୍ଠୀ ବର୍ଷ ବର୍ଷ ଧରି ପୂର୍ବ କଙ୍ଗୋର ଉତ୍ତର କିଭୁ ଏବଂ ଇଟୁରି ପ୍ରଦେଶରେ ସକ୍ରିୟ ରହିଛି ଏବଂ ସେଠାକାର ସାଧାରଣ ନାଗରିକ ଏବଂ ସୁରକ୍ଷା ବାହିନୀ ବିରୁଦ୍ଧରେ ହିଂସାତ୍ମକ ଆକ୍ରମଣ ଚଳାଇଛି ।