ବାଲେଶ୍ୱର: ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ଆଜି ପୂର୍ବାହ୍ନ ୧୦ଟା୨୩ ସମୟରେ ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ରରୁ ‘ପିନାକ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ମଲ୍ଟି ବ୍ୟାରେଲ୍ ରକେଟ୍ ଲଞ୍ଚର୍ରୁ ଉତ୍କ୍ଷେପଣ ହେବା ପରେ ‘ପିନାକ୍’ ନିର୍ଦ୍ଦିଷ୍ଟ ସମୟ ଓ ଦୂରତାରେ ଲକ୍ଷ୍ୟଭେଦ କରିଥିଲା। ‘ପିନାକ’ ହେଉଛି ଭାରତୀୟ ସ୍ଥଳସେନା ଦ୍ବାରା ବ୍ୟବହୃତ ଅଧିକ ଦୂରଗାମୀ ସଂପନ୍ନ ସ୍ବୟଂଚାଳିତ ଏକ ରକେଟ୍ ସିଷ୍ଟମ୍, ଯାହା ଏକାଥରକେ ବିଭିନ୍ନ ଦିଗକୁ ଯାଇ ଧ୍ବଂସଲୀଳା ରଚିପାରିବ।
#WATCH: An advanced version of the DRDO-developed Pinaka today successfully flight tested from Integrated Test Range, Chandipur off the coast of Odisha. A total of 6 rockets were launched in series and all the tests met complete mission objectives. pic.twitter.com/CoBfx1y8As
— ANI (@ANI) November 4, 2020
୭୫ କିଲୋମିଟର ଦୂରତା ପର୍ଯ୍ୟନ୍ତ ଏହା ଲକ୍ଷ୍ୟଭେଦ କରିବାର କ୍ଷମତା ରଖିଛି। ଟେଲିମେଟ୍ରୀ, ରାଡାର, ଇଲେକ୍ଟ୍ରୋ-ଅପ୍ଟିକାଲ ଟ୍ରାକିଂ ସିଷ୍ଟମ ଆଦି ବହୁମୁଖୀ ବ୍ୟବସ୍ଥା ଜରିଆରେ ଏହାକୁ ଟ୍ରାକ କରାଯାଇଥିଲା, ଯାହା ନିକ୍ଷେପର ପ୍ରଦର୍ଶନକୁ ସୁନିଶ୍ଚିତ କରିଥିଲା । ଆଜିର ପରୀକ୍ଷାରେ ୬ ରାଉଣ୍ଡରେ ୪୫ କିଲୋମିଟର ଦୂରତାକୁ ନେଇ ପରୀକ୍ଷା ହୋଇଛି ।
ଆଜି ୪୪ ସେକେଣ୍ଡ ମଧ୍ୟରେ ୬ ରାଉଣ୍ଡ ପରୀକ୍ଷା କରାଯାଇଛି । ସୂଚନା ଥାଉ କି ପିନାକ ହେଉଛି ଏକ ଡିଆରଡିଓ ଡିଜାଇନ୍ | ଏହା ପ୍ରଥମେ କାର୍ଗିଲ ଯୁଦ୍ଧ ସମୟରେ ବ୍ୟବହୃତ ହୋଇଥିଲା ଏବଂ ଏହା ପରେ ବହୁ ସଂଖ୍ୟାରେ ଏହାକୁ ଭାରତୀୟ ସେନାରେ ଅନ୍ତର୍ଭୁକ୍ତ କରାଯାଇଥିଲା | ଗୋଟିଏ ପିନାକ ରେଜିମେଣ୍ଟରେ ୧୮ଟି ସିଷ୍ଟମ୍ ରହିଛି|