ନୂଆଦିଲ୍ଲୀ : ହିମାଳୟର ଦୁର୍ଗମ ଅଞ୍ଚଳରେ ମୁତୟନ ଥିବା ଭାରତର ବୀର ଯବାନଙ୍କ ନିକଟକୁ ଜରୁରୀ ସାମଗ୍ରୀ ପହଞ୍ଚାଇବାକୁ ସେନାକୁ ବେଶ କଷ୍ଟ କରିବାକୁ ପଡ଼ିଥାଏ । ପୁଣି ପାଗ ଖରାପ ହେଲେ କିମ୍ବା ଭୂସ୍ଖଳନ ହେଲେ ଜରୁରୀ ସାମଗ୍ରୀ ଯୋଗାଣ କରିବା ଆହୁରି କଷ୍ଟକର ହୋଇଯାଏ ।
ଏହାର ଏକ ସମାଧାନ ବାହାର କରିଛି ପ୍ରତିରକ୍ଷା ଗବେଷଣା ସଂଗଠନ ଡିଆରଡିଓ । ସଂଗଠନ ପକ୍ଷରୁ ଏକ ମାନବ ବିହୀନ ଯାନ ବିକଶିତ କରାଯାଇଛି ଯାହାକି ଆକାଶ ମାର୍ଗରେ ଯାଇ ଯବାନଙ୍କ ନିକଟରେ ଖାଦ୍ୟ ଔଷଧ ଆଦି ଜରୁରୀ ସାମଗ୍ରୀ ପହଞ୍ଚାଇବ । ଏହି ୟୁଏଭିଟି ୫ କିଲୋଗ୍ରାମ ପର୍ଯ୍ୟନ୍ତ ସାମଗ୍ରୀ ବହନ କରିପାରିବ ।
ଡିଆରଡିଓ ଅଧିକାରୀଙ୍କ ମତରେ ଏହି କ୍ବାଡକପ୍ଟରଟିକୁ ହିମାଳୟ ପରିବେଶକୁ ଦୃଷ୍ଟିରେ ରଖି ବିକଶିତ କରାଯାଇଛି । ଏହାକୁ ସିକ୍କିମରେ ସମୁଦ୍ରପତ୍ତନଠାରୁ ୧୪ ହଜାର ଫୁଟ ଉଚ୍ଚରେ ପରୀକ୍ଷା କରାଯାଇଥିଲା । ନିକଟରେ ଏହା ନାଗପୁରଠାରେ ଅନୁଷ୍ଠିତ ଭାରତୀୟ ବିଜ୍ଞାନ କଂଗ୍ରେସରେ ପ୍ରଦର୍ଶନ କରାଯାଇଥିଲା । ତେବେ ଭାରତୀୟ ସେନାରେ ସାମିଲ ହେବା ପୂର୍ବରୁ ଏହାର ଆଉ ଦୁଇଥର ପରୀକ୍ଷଣ କରାଯିବ ।
ଡିଆରଡିଓର ଜଣେ ବୈଜ୍ଞାନିକ ମହେଶ ସାହୁ କହିଛନ୍ତି ଏହି ୟୁଏଭିର ଭାର ବହନ କ୍ଷମତାକୁ ୩୦ କିଲୋଗ୍ରାମକୁ ବୃଦ୍ଧି କରିବାକୁ ଉଦ୍ୟମ ଚାଲିଛି ।