ବ୍ରହ୍ମସ ତଥ୍ୟ ଲିକ୍‌ ଘଟଣା, ଚିନ୍ତା ପ୍ରକାଶ କଲା ଋଷିଆ

ନୂଆଦିଲ୍ଲୀ : ଡିଆରଡିଓର ବ୍ରହ୍ସୋସ୍‌ ପ୍ରକଳ୍ପରେ ପାକ ଆଇଏସଆଇ ସଂପର୍କରେ ଥିବା ଗୁପ୍ତଚର ଧରାପଡିବା ପରେ କେବଳ ଭାରତ ସରକାର ନୁହେଁ ଋଷିଆ ସରକାର ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି । ଏ ସବୁ ଅତି ଗୋପନୀୟ ପ୍ରତିରକ୍ଷା କାର୍ଯ୍ୟକ୍ରମର ସୁରକ୍ଷା ପାଇଁ ଋଷିଆ ଆବଶ୍ୟକ ସହାୟତା କରିବାକୁ ପ୍ରସ୍ତୁତ, ଯଦି ଭାରତ ଏଥିପାଇଁ ଅନୁରୋଧ କରେ । ତେବେ ଭାରତ ସରକାର ଏହି ପରିସ୍ଥିତିର ମୁକାବିଲା କରିବାକୁ ସକ୍ଷମ ବୋଲି ମସ୍କୋ କହିଛି । ମସ୍କୋ ଆହୁରି ମଧ୍ୟ କହିଛି ଯେ କେଉଁପ୍ରକାରର ଗୋପନୀୟ ତଥ୍ୟ ପାକିସ୍ତାନ ପାଖକୁ ଯାଇଛି ସେ ସଂପର୍କରେ କୌଣସି ଖବର ତାଙ୍କ ପାଖରେ ନାହିଁ । କିନ୍ତୁ ଭାରତ ସରକାର ମୂଳରୁ ହିଁ ସଂଦୀଗ୍ଧ ଡିଆରଡିଓ ଇଂଜିନିୟର ନିଷାନ୍ତ ଅଗ୍ରଓ୍ଵାଲକୁ ଧରିପାରିଥିବାରୁ ତାହା ଭାରତୀୟ ସୁରକ୍ଷା ବ୍ୟବସ୍ଥାର ସକ୍ଷମତାକୁ ଦର୍ଶାଉଛି । ଏହି ଘଟଣା ଭାରତ ଓ ଋଷିଆ ସାମରିକ କାର୍ଯ୍ୟକ୍ରମକୁ କୌଣସି ପ୍ରକାରରେ ପ୍ରଭାବିତ କରିବ ନାହିଁ ବୋଲି ଋଷିଆ ଦୂତାବାସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।
ସୂଚନାଯୋଗ୍ୟ ଯେ ଭାରତ ଓ ଋଷିଆ ମିଳିତଭାବେ ଏହି ବ୍ରହ୍ମୋସ କ୍ରୁଜ କ୍ଷେପଣାସ୍ତ୍ରର ବିକାଶ କରିଛନ୍ତି । ଏହାକୁ ଆଧୁନିକ ବିଶ୍ୱରେ ଏକ ଶକ୍ତିଶାଳୀ କ୍ରୁଜ କ୍ଷେପଣାସ୍ତ୍ର ବୋଲି ମନେକରାଯାଏ ।

ସମ୍ବନ୍ଧିତ ଖବର