ପୁନେ : ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ)ରେ କାର୍ଯ୍ୟ କରୁଥିବା ଜଣେ ବୈଜ୍ଞାନିକ ମହାରାଷ୍ଟ୍ରର ଆତଙ୍କବାଦ ନିରୋଧୀ ସ୍କ୍ବାଡ୍ (ଏଟିଏସ୍) ଦ୍ବାରା ଗିରଫ ହୋଇଛନ୍ତି। ପାକିସ୍ତାନୀ ଏଜେଣ୍ଟ ଆଇଏସଆଇକୁ ଗୋପନ ସୂଚନା ପ୍ରଦାନ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।
ବୈଜ୍ଞାନିକଜଣକ ହନିଟ୍ରାପରେ ପଡ଼ିଥିଲେ। ହ୍ବାଟ୍ସଆପ ଏବଂ ଭିଡିଓକଲ ଜରିଆରେ ବୈଜ୍ଞାନିକ ଜଣକ ସେହି ଏଜେଣ୍ଟ ସହିତ ଯୋଗାଯୋଗରେ ରହିଥିଲେ। ବୈଜ୍ଞାନିକଜଣକ ଭଲଭାବେ ଅବଗତ ଥିଲେ ଯେ ତାଙ୍କ ନିକଟରେ ଥିବା ତଥ୍ୟ ଯଦି ଶତ୍ରୁ ଦେଶର ହାତରେ ପଡ଼େ ତାହେଲେ ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବ। ଏହା ସତ୍ତ୍ବେ ବୈଜ୍ଞାନିକ ଜଣକ ହନିଟ୍ରାପରେ ପଡ଼ି ଏଭଳି କାର୍ଯ୍ୟ କରିଛନ୍ତି ବୋଲି ଏଟିଏସ ପକ୍ଷରୁ କୁହାଯାଇଛି। ଅଫିସିଆଲ ସିକ୍ରେଟ୍ସ ଆକ୍ଟ ଅଧୀନରେ ମୁମ୍ବାଇରେ ଏଟିଏସର କାଲାଚୌକି ୟୁନିଟରେ ମାମଲା ରୁଜୁ ହେବା ସହିତ ଅଧିକ ତଦନ୍ତ ଚାଲିଛି।