ଡିଆରଡିଓ ପ୍ରସ୍ତୁତ କଲା ୫ଶହ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର, ଏମ୍ସ କରିବ ସଞ୍ଚାଳନ

ନୂଆଦିଲ୍ଲୀ : ଋଷିକେଶଠାରେ ଡିଆରଡିଓ ତରଫରୁ ପ୍ରସ୍ତୁତ ହୋଇଥିବା ୫ ଶହ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ହସ୍ପିଟାଲର ସଂଚାଳନ କରିବ ଋଷିକେଶ ଏମ୍ସ । ଗତ ବୁଧବାର ଠାରୁ ଏହାର ସଂଚାଳନ ଏମ୍ସ ଦ୍ୱାରା ଆରମ୍ଭ ହୋଇଯାଇଛି । ରାଇଫଲ ମ୍ୟାନ ଜସୱନ୍ତ ସିଂ ରାୱତଙ୍କ ସ୍ମୃତିରେ ପ୍ରସ୍ତୁତ ହୋଇଥିବା ଏହି ହସ୍ପିଟାଲରେ ୫ ଶହ ବେଡ ବିଶିଷ୍ଟ ଏହି କୋଭିଡ କେୟାର ହସ୍ପିଟାଲକୁ ବୁଧବାର ଦିନ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାୱତ ଉଦଘାଟନ କରିଛନ୍ତି । ଏହି କୋଭିଡ୍ ହସ୍ପିଟାଲର ସଂଚାଳନ ଋଷିକେଶ ଏମ୍ସ ଦ୍ୱାରା କରାଯାଉଛି ।

ଏମ୍ସ ନିର୍ଦ୍ଦେଶକ ପ୍ରଫେସର ରବିକାନ୍ତ କହିଛନ୍ତି କି, କୋଭିଡ କେୟାର ସେଣ୍ଟରରେ ମୋଟ ୫୦୦ ବେଡ ରହିଛି । ଏହା ମଧ୍ୟରୁ ୪୦୦ ଅକ୍ସିଜେନ ବେଡ ରହିଛି, ଯାହା ସଂଚାଳନ ଆଇଡିପିଏଲ ଦ୍ୱାରା କରାଯାଉଛି । ଅନ୍ୟ ୧୦୦ ଟି ବେଡ ଆଇସିୟୁ ଭେଣ୍ଟିଲେଟର ବେଡ, ଯାହାର ସଂଚାଳନ ଋଷିକେଶ ଏମ୍ସ ଦ୍ୱାରା କରାଯାଉଛି । ଏବେ ହସ୍ପିଟାଲରେ ରୋଗୀ ମାନଙ୍କର ଆଡମିଶନ ଆରମ୍ଭ ହୋଇଛି । ସବୁଠାରୁ ବଡ କଥା ୫୦୦ କୋଭିଡ କେୟାର ବେଡ ମଧ୍ୟରୁ ୪୪ ଟି ବେଡ ଶିଶୁ ମାନଙ୍କ ପାଇଁ ସଂରକ୍ଷିତ ରଖାଯାଇଛି । ଏହାସହ ବ୍ଲାକ ଫଙ୍ଗସ୍ ବା ମ୍ୟୁକରମାଇକୋସିସ୍ ରୋଗୀଙ୍କ ପାଇଁ ଅଲଗା ବେଡର ବ୍ୟବସ୍ଥା କରାଯାଇଛି ।

ଉଲ୍ଲେଖଯୋଗ୍ୟ, କରୋନା କାଳରେ ଡିଆରଡିଓ ତରଫରୁ ମେଡିକାଲ ସହ କୋଭିଡ ପାଇଁ ଏକ ମେଡିସିନ ବି ପ୍ରସ୍ତୁତ ହୋଇଛି ଯାହାର ନାମ ରହିଛି ୨-ଡିଜି ଓ କୋଭିଡ ଟେଷ୍ଟିଂ ପାଇଁ ଡିପକୋଭ୍ୟାନ ନାମରେ ଏକ କିଟ୍ ବି ପ୍ରସ୍ତୁତ କରିଛି ।

ସମ୍ବନ୍ଧିତ ଖବର