ନୂଆଦିଲ୍ଲୀ: ଶବ୍ଦର ପାଞ୍ଚଗୁଣ ଅର୍ଥାତ୍‌ ପ୍ରତି ସେକେଣ୍ଡ୍‌ରେ ଗୋଟିଏ ମାଇଲ୍‌ରୁ ଟିକେ ଅଧିକ ବେଗରେ ଗତି କରୁଥିବା କ୍ଷେପଣାସ୍ତ୍ର ‘ହାଇପର୍‌ସୋନିକ୍‌ ଉଇପନ୍‌’ ଉତ୍ପାଦନ ଆରମ୍ଭ କରିଛି। ଖୁବ୍‌ ଶୀଘ୍ର ଏହାର ଉଇଣ୍ଡ୍‌ ଟନେଲ୍‌ ଟେଷ୍ଟ୍‍ କରାଯିବ ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ଟନେଲ୍‌ର ଶୁଭ ଉଦ୍‌ଘାଟନ କରିବେ।

Advertisment

publive-image Image Source: Oneindia

ଚୀନ୍‌, ରୁଷ୍‌ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ଆଣବିକ ଅସ୍ତ୍ରପ୍ରତିରୋଧ କରିବା ଏବଂ ଆଗଧାଡ଼ିର ଯୁଦ୍ଧ ୟୁନିଟ୍‌ଗୁଡ଼ିକୁ ଟାଣୁଆ କରିବା ପାଇଁ ଅନେକ ପ୍ରକାର ହାଇପର୍‌ସୋନିକ୍‌ ଟେକ୍‌ନୋଲଜି ପରୀକ୍ଷା କରୁଛନ୍ତି।

ମିଲିଟାରି ଅପରେସନ୍‌ର ପୂର୍ବତନ ମହାନିର୍ଦେଶକ ଲେଫ୍‌ଟ୍‌ନାଣ୍ଟ୍‌ ଜେନେରାଲ୍‌ ବିନୋଦ ଭାଟିଆ କହନ୍ତି: ନିକଟ ଭବିଷ୍ୟତରେ ହାଇପର୍‌ସୋନିକ୍‌ ଅସ୍ତ୍ରଶସ୍ତ୍ର ଅତି ସାଂଘାତିକ ହେବ। ଚୀନ୍‌ ଏହାର ପରୀକ୍ଷାମୂଳକ ବ୍ୟବହାର କରିଛି। ଯୁକ୍ତରାଷ୍ଟ୍ର ଆମେରିକା ଏବଂ ରୁଷ୍‌ ପାଖରେ ମଧ୍ୟ ଏ ଧରଣର ଅସ୍ତ୍ର ରହିଛି। ତେଣୁ ଭାରତ ଏହି ବୈଷୟିକ ଜ୍ଞାନରେ ଅସ୍ତ୍ର ନିର୍ମାଣ କରିବାର ବେଳ ଆସିଛି।