ନୂଆଦିଲ୍ଲୀ: ପ୍ରତିରକ୍ଷା ଗବେଷଣା ବିକାଶ ପ୍ରତିଷ୍ଠାନ (ଡିଆରଡିଓ) ରୁସ୍ତମ-୨ର ପରୀକ୍ଷା ରବିବାର ସଫଳ ହୋଇଛି ବୋଲି ସୂଚନା ଦେଇଛନ୍ତି।କର୍ଣ୍ଣାଟକ ଚିତ୍ରଦୁର୍ଗା ଜିଲ୍ଲାର ଚାଲାକେରି ଏରୋନଟିକାଲ୍‌ ଟେଷ୍ଟ ରେଞ୍ଚ (ଏଟିଆର୍‌)ରେ ରୁସ୍ତମ-୨ର ପରୀକ୍ଷଣ କରାଯାଇଥିଲା। ଡିଆରଡିଓ ପ୍ରତିରକ୍ଷା କ୍ଷେତ୍ରରେ ଏଭଳି ଡ୍ରୋନ୍‌ ନିର୍ମାଣ କରି ମେକ୍‌ ଇନ୍‌ ଇଣ୍ଡିଆ ଦିଗରେ ଏକ ପାଦ ଆଗକୁ ବଢ଼ାଇଛନ୍ତି। ଡିଆରଡିଓ ଟୁଇଟ କରି ଏହାର ଫଟୋ ଓ ଭିଡିଓ ସେୟାର କରିଛନ୍ତି।

Advertisment

publive-image

ଡିଆରଡିଓ ଅଧିକାରୀଙ୍କ କହିବାନୁସାରେ, ପରୀକ୍ଷାରେ ରୁସ୍ତମ-୨ ସମସ୍ତ ନିୟମକୁ ସଠିକ୍‌ ଭାବେ ତୁଲାଇଛି। ରୁସ୍ତମ-୨କୁ ୭ବର୍ଷ ଧରି କଠିନ ପରିଶ୍ରମ କରିବା ପରେ ନିର୍ମାଣ କରିଛି। ଏହା ପୂର୍ବରୁ ରୁସ୍ତମ-୧ ୨୦୦୯ ନଭେମ୍ବର ୯ରେ ଉଡାଣ ଭରିଥିଲା। ରୁସ୍ତମ-୨କୁ ଆମେରିକୀୟ ଡ୍ରୋନ୍‌ ପ୍ରେଡାଟର ଦ୍ୱାରା ବିକଶିତ କରାଯାଇଛି। ତେବେ ରୁସ୍ତମ-୨ର ନାମକୁ ଭାରତୀୟ ବୈଜ୍ଞାନିକମାନେ ରୁସ୍ତମ ଦମାନିୟାଙ୍କ ନାମରେ ରଖାଯାଇଛି।

ରୁସ୍ତମ-୨ର ବିଶେଷତ୍ୱ କ’ଣ?
୧. ଏହା ଏକ ମାନବରରହିତ ବିମାନ (ଡ୍ରୋନ୍‌) ଅଟେ।
୨. ଏହା ମଧ୍ୟମ ଉଚ୍ଚତାରେ ୨୪ ଘଣ୍ଟା ପର୍ଯ୍ୟନ୍ତ ଉଡି ପାରିବ।
୪. ଏହା ଆକାଶରେ ଉଡି ଶତ୍ରୁମାନେ ରହୁଥିବା ଅଞ୍ଚଳକୁ ପ୍ରବେଶ କରି ନଜର ରଖି ପାରିବ।
୫. ଶତ୍ରୁମାନଙ୍କ ଉପରେ ଏକ ଖୁବ୍‌ ସହଜରେ ଆକ୍ରମଣ କରି ପାରିବ। ଉଡାଣ ପାଇଁ ଏଥିରେ ଶକ୍ତିଶାଳୀ ଉପକରଣ ଖଞ୍ଜାଯାଇଛି।

ଉଡାଣ ଭରିବା ପରେ ରୁସ୍ତମ-୨  ସମସ୍ତ ମାନକ (ପାରାମିଟର)କୁ ସଫଳ କରିଛି। ପରୀକ୍ଷଣ ସମୟରେ ପ୍ରତିରକ୍ଷା ସଚିବ, ଡିଆରଡିଓ ଅଧ୍ୟକ୍ଷ ଏସ୍‌ .କ୍ରିଷ୍ଟୋଫର ଏଇରୋନାୟୁଟିକଲ ସିଷ୍ଟମର ମହାନିର୍ଦ୍ଦେଶକ ସିପି ରାମନାରାୟଣଙ୍କ ସମତେ ଅନେକ ବରିଷ୍ଠ ବୈଜ୍ଞାନିକ ସେଠାରେ ଉପସ୍ଥିତ ଥିଲେ।