ଜୁନ୍‌ରେ ଆସିବ ‘ଡିଆର୍‌ଡିଓ’ର ଏଣ୍ଟିବଡି ଡିଟେକ୍ସନ କିଟ୍‌

ନୂଆଦିଲ୍ଲୀ : କରୋନା ମହାମାରୀର ମୁକାବିଲା ପାଇଁ ଭାରତର ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ପ୍ରତିଷ୍ଠାନ (ଡିଆର୍‌ଡିଓ) ଏଣ୍ଟିବଡି ଡିଟେକ୍ସନ କିଟ୍‌ ତିଆରି କାର୍ଯ୍ୟ ସଂପୂର୍ଣ୍ଣ କରିଛି ଏବଂ ଆଗାମୀ ଜୁନ୍‌ ଏହା ଉପଲବ୍ଧ ହେବ ବୋଲି ଜଣାପଡ଼ିଛି। ଏହାର ନାମ ‘ଡିପ୍‌କୋଭାନ୍‌’ ରଖାଯାଇଛି। ଶରୀରରେ କେତେ ଏଣ୍ଟିବଡ଼ି ରହିଛି ତାହା ମାତ୍ର ୭୫ ମିନିଟ୍‌ ଭିତରେ ଏହି କିଟ୍‌ ଦ୍ବାରା ଜାଣିହେବ ବୋଲି କୁହାଯାଇଛି। ଡିଆର୍‌ଡିଓ ଏହି କିଟ୍‌ ଦିଲ୍ଲୀ ସ୍ଥିତ ଭାନ୍‌ଗାର୍ଡ ଡାୟୋଗ୍ନୋଷ୍ଟିକ୍ସ ସଂସ୍ଥା ସହ ମିଳିତ ଭାବେ ବିକଶିତ କରିଛି। ଏହା ସଂପୂର୍ଣ୍ଣ ସ୍ବଦେଶୀ ଏଣ୍ଟିବଡି କିଟ୍‌ ବୋଲି ଡିଆର୍‌ଡିଓ କହିଛି।

ସମ୍ବନ୍ଧିତ ଖବର