ନୂଆଦିଲ୍ଲୀ: ୨୦୧୩ର ବହୁଚର୍ଚ୍ଚିତ ଛତିଶଗଡ଼ର ଦରଭା ଘାଟି ଆକ୍ରମଣର ମାଷ୍ଟରମାଇଣ୍ଡ ସୁମିତ୍ର ପୁନେମକୁ ଗତକାଲି ଗିରଫ କରାଯାଇଥିବା ଜଣାପଡ଼ିଛି ।
ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ପକ୍ଷରୁ ପ୍ରଦତ୍ତ ସୂଚନା ଅନୁଯାୟୀ ଏନଆଇଏ ଦୀର୍ଘ ଦିନଧରି ଫେରାର ଥିବା ସୁମିତ୍ର ପୁନେମକୁ ଗିରଫ କରିଛି । ଅଭିଯୁକ୍ତ ସୁମିତ୍ରକୁ ଛତିଶଗଡ଼ର ବିଜାପୁର ଜିଲ୍ଲାର ନିଜ ଘରୁ ଗିରଫ କରାଯାଇଥିବାର ସୂଚନା ମିଳିଛି । ୨୦୧୩ରେ ହୋଇଥିବା କଂଗ୍ରେସ ନେତା ଓ କର୍ମୀଙ୍କୁ ଆକ୍ରମଣର ସେ ମୁଖ୍ୟ ଖଳନାୟକ ଥିଲା ।

Advertisment

Image result for sumitra punem Image Source-HindustanTimes

ମାଷ୍ଟରମାଇଣ୍ଡ ସୁମିତ୍ର ପୁନେମର ନେତୃତ୍ୱରେ ୨୦୧୩ ମେ’ମାସ ୨୫ ତାରିଖରେ କଂଗ୍ରେସ ନେତାଙ୍କୁ ଆକ୍ରମଣ କରାଯାଇଥିଲା । ଛତିଶଗଡ଼ର ପୂର୍ବତନ ମନ୍ତ୍ରୀ ମହେନ୍ଦ୍ର କର୍ମା ଓ ଛତିଶଗଡ଼ କଂଗ୍ରେସ ମୁଖ୍ୟ ନନ୍ଦ କୁମାର ପଟେଲ, ତାଙ୍କର ପୁଅ , ବିଧାୟକ ଉଦୟ କୁମାର ମୁଦାଲିଆରଙ୍କ ସମେତ ୨୬ ଜଣଙ୍କର ମୃତ୍ୟୁ ଘଟିଥିଲା । ବରିଷ୍ଠ କଂଗ୍ରେସ ନେତା ବିଦ୍ୟା ଚରଣ ଶୁକ୍ଲା ବି ଗୁରୁତର ହୋଇଥିଲେ । ତାଙ୍କର ଜୁନ ୧୧ରେ ମୃତ୍ୟୁ ଘଟିଥିଲା ।
ତଦନ୍ତକାରୀ ସଂସ୍ଥା ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ସୁମିତ୍ର ସିପିଆଇ (ମାଓବାଦୀ)ର ଦରଭା ଡିଭିଜନ କମିଟିର ସଦସ୍ୟ ଥିଲା ।