ଜମ୍ମୁ: ଜମ୍ମୁ-କାଶ୍ମୀର ଗସ୍ତରେ ଆସିଥିବା ପଶ୍ଚିମବଙ୍ଗର ଏକ ୧୪ଜଣିଆ ପରିବାର ଏକ ମାସରୁ ଅଧିକ ସମୟ ଧରି ଏଠାରେ ଥିବା ଏକ ହୋଟେଲରେ ଫସି ରହିଥିବା ଜଣାପଡିଛି | ପାଖରେ ଥିବା ଟଙ୍କା ଶେଷ ହୋଇଯାଇଥିବାରୁ ସ୍ଥାନୀୟ ଲୋକ, ପୁଲିସ ଏବଂ ଏନଜିଓଙ୍କ ଅବଦାନରେ ସେମାନେ ଜମ୍ମୁ-କାଶ୍ମୀରରେ ଚଳୁଛନ୍ତି |

Advertisment

୬ଜଣ ମହିଳା ଏବଂ ୪ ଜଣ ଛୋଟ ପିଲାଙ୍କ ସମେତ ଏକ ବଡ଼ ପରିବାର ମାର୍ଚ୍ଚ ୧୫ରେ କେନ୍ଦ୍ରଶାସିତ ଅଂଚଳ ଜମ୍ମୁରେ ପହଞ୍ଚିଥିଲେ ​​ଏବଂ ମାର୍ଚ୍ଚ ୩୦ରେ ସେମାନେ ଟ୍ରେନରେ ଫେରିବା ପାଇଁ ସ୍ଥିର କରିଥିଲେ । କିନ୍ତୁ ମାର୍ଚ୍ଚ ୨୫ରେ କରୋନା ଭୂତାଣୁ ପାଇଁ ସାରା ଦେଶକୁ ସରକାର ଲକଡାଉନ କରିବା ପରେ ପରିବାରର ଛୁଟି କଟାଇବାର ସ୍ବପ୍ନ  ଦୁଃସ୍ବପ୍ନରେ ପରିଣତ ହୋଇଯାଇଥିଲା | ବର୍ତ୍ତମାନ ଏତେ ଦିନ ଧରି ଜମ୍ମୁ-କାଶ୍ମୀରରେ ଫସି ରହିବା ପରେ ପରିବାର ପାଖରେ ଖାଇବା ପାଇଁ ଟଙ୍କା ନାହିଁ, ଯାହା ପାଇଁ ସେମାନେ ଶୀଘ୍ର ସ୍ଥାନାନ୍ତର ହେବାକୁ ଚାହୁଁଥିବା ଜଣାପଡିଛି |

Dream holiday to J-K turns into nightmare for group of 14 from ... Greater Kashmir

ପରିବାରର ଜଣେ ସଦସ୍ୟ ଅରିଜିତ ଦାସ (୪୮) କହିଛନ୍ତି, "ଫସି ରହିଥିବା ଲୋକଙ୍କ ଗତିବିଧିକୁ ଅନୁମତି ଦେବା ପାଇଁ କେନ୍ଦ୍ରର ଘୋଷଣା ଆମକୁ ଏକ ବଡ ଆରାମ ଦେଇଛି। ଆମେ ଦୀର୍ଘ ଦିନ ଧରି ଏଠାରେ ଅଟକି ରହିଛୁ ଏବଂ ଅଧିକ ବିଳମ୍ବ ନକରି ଆମେ ଆମ ଘରକୁ ଫେରିବାକୁ ଚାହୁଁଛୁ। ବେସରକାରୀ ଶିକ୍ଷକ ଥିବା ଅରିଜିତ କହିଛନ୍ତି ଯେ, ସରକାର ଘୋଷଣା କରିବାର ଦୁଇ ଦିନ ବିତିଗଲାଣି କିନ୍ତୁ ଏଠାରୁ ଆମକୁ ଘରକୁ କିପରି ସ୍ଥାନାନ୍ତର କରାଯିବ ତାହା ଆମେ ଜାଣି ନାହୁଁ। ଆମେ ସାଥିରେ ଆଣିଥିବା ଆମର ସମସ୍ତ ଟଙ୍କା ଶେଷ କରିସାରିଛୁ ଏବଂ ଗତ ଏକ ମାସ ମଧ୍ୟରେ ବିଭିନ୍ନ ବ୍ୟକ୍ତିଙ୍କ ସାହାଯ୍ୟ ନେଇ ବଞ୍ଚୁଛୁ।

"ଜମ୍ମୁ-କଶ୍ମୀର ସରକାର ଦେଶର ଅନ୍ୟ ଭାଗରେ ଫସି ରହିଥିବା ନିଜ ରାଜ୍ୟର ନାଗରିକଙ୍କୁ ଫେରାଇ ଆଣିବା ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ସାରିଛନ୍ତି । ଆମେ ମଧ୍ୟ 'ଦିଦି' (ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ)ଙ୍କ ସାହାଯ୍ୟ ପାଇଁ ଅପେକ୍ଷା କରିଛୁ, ଯାହା ଦ୍ୱାରା ଆମେ ନିଜ ଘରେ ପହଞ୍ଚି ପାରିବୁ ବୋଲି ପରିବାରର ଅନ୍ୟ ଜଣେ ସଦସ୍ୟ ତପନ ଦାସ କହିଛନ୍ତି।