ନୂଆଦିଲ୍ଳୀ: ରିୟଲ୍ ମନି ଗେମିଂ ବା ଆର୍ଏମ୍ଜିକୁ ଡ୍ରଗ୍ସ ଅପେକ୍ଷା ଅଧିକ ବିପଦଜନକ କୁହାଯାଉଛି। ସେଥିପାଇଁ ଅନ୍ଲାଇନ୍ ମନି ଗେମ୍ ବା ଟଙ୍କା ଲଗାଯାଉଥିବା ଗେମ୍ଗୁଡ଼ିକୁ ନିଷିଦ୍ଧ କରିବା ଲାଗି ଆଗତ କରାଯାଇଥିବା ‘ଅନ୍ଲାଇନ୍ ଗେମିଂର ପ୍ରସାର ଓ ନିୟନ୍ତ୍ରଣ ବିଲ୍ ୨୦୨୫’ ଗୁରୁବାର ରାଜ୍ୟସଭାରେ ପାରିତ ହୋଇଛି। ଏହି ଗେମ୍ ପାଇଁ ଦେଶରେ ଆତ୍ମହତ୍ୟା ବୃଦ୍ଧି ପାଉଛି। ବିଶେଷକରି ନିମ୍ନ ମଧ୍ୟବିତ୍ତ ବର୍ଗ ଏହା ଦ୍ୱାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି। ଲୋକମାନେ ଜୁଆ ଏବଂ ବାଜିରେ ଲକ୍ଷ ଲକ୍ଷ ହରାଉଛନ୍ତି ଏବଂ ବିପୁଳ କ୍ଷତି ସହୁଛନ୍ତି ବୋଲି ସେ ଆଲୋକପାତ କରିଛନ୍ତି।
ଅନଲାଇନ୍ ଗେମିଂର ପ୍ରୋତ୍ସାହନ ଏବଂ ନିୟନ୍ତ୍ରଣ ବିଲ୍, ୨୦୨୫ ଗୃହୀତ ହୋଇସାରିଛି। ଏହାପରେ, ଭାରତର ରିୟଲ୍ ମନି ଗେମିଂ ଶିଳ୍ପରେ ଏକ ପ୍ରକାରର ହଇଚଇ ସୃଷ୍ଟି ହୋଇଛି। ପ୍ରମୁଖ ଗେମିଂ ପ୍ଲାଟଫର୍ମଗୁଡ଼ିକ ତୁରନ୍ତ ସେମାନଙ୍କର ଟଙ୍କା ଖେଳ ବନ୍ଦ କରିଦେଇଛନ୍ତି। ତଥାପି, ଏହି ଆପ୍ଗୁଡ଼ିକ ଏବେ ବି ଆପ୍ ଷ୍ଟୋର ଏବଂ ଗୁଗୁଲ୍ ପ୍ଲେ ଷ୍ଟୋରରେ ଉପଲବ୍ଧ।
ଡ୍ରିମ୧୧, ପୋକରବାଜି, ଜୁପି ଏବଂ ଏମପିଏଲ ଭଳି ପ୍ଲାଟଫର୍ମଗୁଡ଼ିକ ସେମାନଙ୍କର ୱେବସାଇଟରେ ଲେଖିଛନ୍ତି ଯେ ସରକାରଙ୍କ ଏହି ପଦକ୍ଷେପ ପରେ, ସେମାନେ ସେମାନଙ୍କର ବ୍ୟବସାୟ ବନ୍ଦ କରିବାକୁ ବାଧ୍ୟ ହେଉଛନ୍ତି। ଏହି କମ୍ପାନୀଗୁଡ଼ିକ ଉପଭୋକ୍ତାମାନଙ୍କୁ ନିଶ୍ଚିତ କରିଛନ୍ତି ଯେ ଉପଭୋକ୍ତାମାନଙ୍କ ଦ୍ୱାରା ନିବେଶିତ ଟଙ୍କା ୧୦୦% ସୁରକ୍ଷିତ ଏବଂ କମ୍ପାନି ଏହାକୁ ଫେରାଇବ।
ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ, ଅନ୍ଲାଇନ୍ ମନି ଗେମ୍ର ସର୍ବାଧିକ ଶିକାର ହୋଇଛନ୍ତି ଯୁବପିଢ଼ି ଓ ଛୋଟ ପିଲା। ସେଥିରେ ବ୍ୟାପକ ଆର୍ଥିକ ଠକେଇ ହେଉଛି। ଲୋକମାନେ ଟଙ୍କା ଜିତିବା ଆଶାରେ କ୍ରେଡିଟ୍ କାର୍ଡରେ ଋଣ ଆଣି ତାହାକୁ ଗେମ୍ରେ ଲଗାଉଛନ୍ତି। ଫଳରେ ସେମାନେ ଋଣ ଜାଲରେ ଛନ୍ଦି ହୋଇ ପଡୁଛନ୍ତି। କିଛି ଲୋକ ମାନସିକ ଦୁଶ୍ଚିନ୍ତାରେ ଆତ୍ମହତ୍ୟା ମଧ୍ୟ କରିଛନ୍ତି। ଅନ୍ଲାଇନ୍ ମନି ଗେମ୍ ଜରିଆରେ ମନି ଲଣ୍ଡରିଂ ଓ ଆତଙ୍କବାଦ କାର୍ଯ୍ୟକଳାପ ଲାଗି ପାଣ୍ଠି ଯୋଗାଡ଼ କରାଯାଉଥିବା ସରକାର ସନ୍ଦେହ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/08/22/new-project-15-1-2025-08-22-17-04-26.jpg)