ବାବାଙ୍କ ତେର୍ଛା ବାଣ: ‘ସ୍ୱପ୍ନରେ ରହିଯିବ ମୋଦୀଙ୍କ କଂଗ୍ରେସ ମୁକ୍ତ ଭାରତ’… ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ: କଂଗ୍ରେସର ଜାତୀୟ ସଂଯୋଜକ, ନୀତୀନ ଅଗ୍ରୱାଲ ତାଙ୍କ ଅଫିସିଆଲ ଟ୍ଵିଟର ହ୍ୟାଣ୍ଡେଲରୁ ଏକ ଭିଡିଓ ସେୟାର କରିବା ପରେ ଯୋଗ ଗୁରୁ ରାମଦେବଙ୍କ ଏକ ଭିଡିଓ ଏବେ ଇଣ୍ଟରନେଟରେ ଭାଇରାଲ ହେବାକୁ ଆରମ୍ଭ କରିଛି।

୨୪ ସେକେଣ୍ଡର ଏହି ଭିଡିଓରେ ପତଞ୍ଜଳିର ପ୍ରତିଷ୍ଠାତା ବାବା ରାମଦେବ ଏକ ଟିଭି ନ୍ୟୁଜଚ୍ୟାନେଲ ସହିତ କଥା ହେଉଥିବାର ନଜର ଆସିବା ସହ ରାମଦେବ କହିଛନ୍ତି ଯେ ଗଣତନ୍ତ୍ରର ଶାସନରେ ଉଭୟ ଶାସକ ଏବଂ ବିରୋଧୀ ଜୀବିତ ରହିବା ଉଚିତ। ତା’ହେଲେ ହିଁ ରାଷ୍ଟ୍ର ଏବଂ ଏହାର ଏଜେଣ୍ଡା ଜୀବିତ ରହିବ।

ଭାରତ ଜୋଡୋ ଯାତ୍ରା ବିଷୟରେ ବାବା ରାମଦେବ କହଛନ୍ତି ଯେ କଂଗ୍ରେସ ଏବେ ଦେଶର ଯୁବକମାନଙ୍କୁ ଆକୃଷ୍ଟ କରିବା ସହ ସେମାନଙ୍କୁ ଜୋଡ଼ୁଛି। ଆଉ ଯଦି ସେମାନେ ଏହା ଜାରି ରଖନ୍ତି, ତେବେ ଯେଉଁମାନେ କଂଗ୍ରେସ ମୁକ୍ତ ଭାରତ ପାଇଁ ସ୍ୱପ୍ନ ଦେଖୁଥିଲେ ସେମାନଙ୍କ ସ୍ୱପ୍ନ ଚୂର୍ଣ୍ଣ ହୋଇଯିବ।

ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ସମୟରେ କଂଗ୍ରେସ ମୁକ୍ତ ଭାରତର ସ୍ଲୋଗାନ ଦେଉଥିଲେ।
ତେବେ ଏହା ପ୍ରଥମ ଘଟଣା ନୁହେଁ ଯେ ବାବା ରାମଦେବ କଂଗ୍ରେସକୁ ପ୍ରଶଂସା କରିଛନ୍ତି। ଚଳିତ ମାସ ପ୍ରାରମ୍ଭରେ ଯୋଗ ଗୁରୁ ରାମଦେବ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରୁଥିବା ଏବଂ ଯୋଗ ଅଭ୍ୟାସ କରିବା ଫଳରେ ସେ ପାଇଥିବା ଲାଭ ବିଷୟରେ କହୁଥିବା ଦେଖିବାକୁ ମିଳିଥିଲା।

ରାହୁଲ ଭାଇଙ୍କ ପ୍ରୟାସ ବର୍ତ୍ତମାନ ଫଳ ଦେଉଛି, ସେ ଗର୍ବର ସହିତ ଚାଲୁଛନ୍ତି, ବେଳେବେଳେ ଏକ ଟି-ସାର୍ଟରେ, ବେଳେବେଳେ କୁର୍ତ୍ତା-ପାଜାମାରେ ସେ ନଜର ଆସୁଛନ୍ତି। ଏବେ ପ୍ରତିଦିନ ଜାତୀୟ ଗାଣମାଧ୍ୟମର ଶିରୋନାମା ମଣ୍ଡନ କରୁଛନ୍ତି; ପୂର୍ବରୁ ଯିଏ ଜାତୀୟ ଗଣମାଧ୍ୟମରେ ବହୁତ କମ୍‌ ସ୍ଥାନ ପାଉଥିଲେ! ବର୍ତ୍ତମାନ ତାଙ୍କୁ ନେଇ ସୃଷ୍ଟି ହେଉଛି ଅନେକ ଖବର ଏ ପରିପ୍ରେକ୍ଷୀରେ ସେ ନିଜେ ତାଙ୍କ ପାଇଁ ଏକ ବିଜୟ ବୋଲି ପତଞ୍ଜଳି ପ୍ରତିଷ୍ଠାତା ବାବା ରାମଦେବ କହିଛନ୍ତି।

ସମ୍ବନ୍ଧିତ ଖବର