ନୂଆଦିଲ୍ଲୀ: ମଙ୍ଗଳବାର ଦିନ ସ୍ୱିଡେନ୍‌ର ଷ୍ଟକ୍‌ହୋମ୍‌ କନସର୍ଟ ହଲ୍‌ରେ ଭାରତୀୟ-ଆମେରିକୀୟ ପ୍ରଫେସର୍‌ ଅଭିଜିତ ବାନାର୍ଜୀ ଏବଂ ତାଙ୍କ ପତ୍ନୀ ଏସ୍‌ଥର୍‌ ଡ୍ୟୁଫ୍ଲୋ ଅର୍ଥନୀତି ନିମନ୍ତେ ନୋବେଲ୍‌ ପୁରସ୍କାର ଗ୍ରହଣ କରିଛନ୍ତି। ପୁରସ୍କାର ପ୍ରଦାନ ଉତ୍ସବରେ ବାନାର୍ଜୀ ଧୋତି, କୁର୍ତ୍ତା ଓ ବନ୍ଦଗଳା ପିନ୍ଧିଥିବା ବେଳେ ଡ୍ୟୁଫ୍ଲୋ ଶାଢ଼ି ପିନ୍ଧିଥିଲେ। ଆମେରିକୀୟ ଅର୍ଥନୀତିଜ୍ଞ ମାଇକେଲ୍‌ କ୍ରେମେର୍‌ଙ୍କ ସହ ସେମାନେ ପୁରସ୍କାର ଗ୍ରହଣ କରିଛନ୍ତି।

Advertisment

୪୬ ବର୍ଷୀୟ ଫରାସୀ-ଆମେରିକୀୟ ଡ୍ୟୁଫ୍ଲୋ ହେଉଛନ୍ତି ନୋବେଲ୍‌ ପୁରସ୍କାର ଇତିହାସରେ ଅର୍ଥନୀତିରେ ବିଜୟୀ ହୋଇଥିବା ଦ୍ୱିତୀୟ ତଥା ସର୍ବ କନିଷ୍ଠ ମହିଳା।

publive-image Grabbed from Video

୧୯୬୧ ମସିହା ଫେବ୍ରୁଆରି ୨୧ ତାରିଖରେ କୋଲକାତାରେ ଜନ୍ମିତ ୫୮ ବର୍ଷିୟ ବାନାର୍ଜୀ ହେଉଛନ୍ତି ଅବ୍ଦୁଲ ଲତିଫ୍‌ ଜମୀଲ ପଭର୍ଟି ଆକ୍‌ସନ୍‌ ଲ୍ୟାବ୍‌ର ସହ-ସଂସ୍ଥାପକ। ସେ କୋଲ୍‌କାତାରେ ସ୍କୁଲ ଓ କଲେଜ ଅଧ୍ୟୟନ ଶେଷ କରି ଦିଲ୍ଲୀର ଜେଏନ୍‌ୟୁରେ ଅର୍ଥନୀତିରେ ସ୍ନାତକୋତ୍ତର କରିଥିଲେ।

ଚାରି ବର୍ଷ ହେବ ବିବାହ କରିଥିବା ବାନାର୍ଜୀ ଓ ଡ୍ୟୁଫ୍ଲୋ ମାସାଚ୍ୟୁସେଟ୍‌ସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲଜି (ଏମ୍‌ଆଇଟି), କେମ୍ବ୍ରିଜ୍‌, ଏମ୍‌ ଓ ଯୁକ୍ତରାଷ୍ଟ୍ର ଆମେରିକାରେ କାମ କରୁଛନ୍ତି।