ଚେନ୍ନାଇ: ଚୋରାରେ ସୁନା ଆଣି ସମୁଦ୍ର ଶଯ୍ୟାରେ ଲୁଚାଇ ରଖିଥିଲେ ଚାଲାଣକାରୀ | ଆଉ ଏନେଇ ସୂଚନା ପାଇବା ପରେ ସମୁଦ୍ର ଭିତରେ ପଶି ବିପୁଳ ପରିମାଣର ସୁନା ଜବତ କରିଛି ତଟରକ୍ଷୀ ବାହିନୀ | ତେବେ ଏନେଇ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ କିଭଳି ଚୋରା ସୁନା ଉଦ୍ଧାର ହୋଇଛି ତାହା ଦେଖିବାକୁ ମିଳିଛି | ବାସ୍ତବରେ ଇଣ୍ଡିଆନ୍ କୋଷ୍ଟଗାର୍ଡ(ଭାରତୀୟ ତଟରକ୍ଷୀ ବାହିନୀ) ଏବଂ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଗୁରୁବାର ଏକ ମିଳିତ ଅପରେସନ୍ କରିଥିଲା | ତାମିଲନାଡୁର ଗଲ୍ଫ୍ ଅଫ୍ ମନ୍ନାର୍ ଅଞ୍ଚଳର ଦୁଇଟି ମାଛଧରା ଡଙ୍ଗାରୁ ପ୍ରାୟ ୨୦.୨ କୋଟି ଟଙ୍କା ମୂଲ୍ୟର ୩୨.୬ କିଲୋଗ୍ରାମ ସୁନା ଜବତ କରାଯାଇଛି। ଏହି ଚୋରା ସୁନା ଶ୍ରୀଲଙ୍କାରୁ ଭାରତକୁ ଆସୁଥିଲା |
#WATCH | How Indian Coast Guard personnel, along with the DRI officials and Customs, carried out the special operation to seize 32.689 kgs of Gold valued at approx. Rs 20.2 Crores, from two fishing boats at the Gulf of Mannar area off Tamil Nadu.
(Video: Indian Coast Guard) pic.twitter.com/fQOtJIWYbF
— ANI (@ANI) June 1, 2023
ଭିଡିଓରେ ଦେଖିବାକୁ ମିଳିଛି ଯେ ସୁନା ବସ୍ତା ଡଙ୍ଗାର ତଳେ ବନ୍ଧା ଯାଇଥିଲା ଓ ଦଉଡି ସାହାଯ୍ୟରେ ଚାଲାଣ କରି ଚାଲାଣକାରୀ ଏହାକୁ ନେଉଥିଲେ | ଯାଞ୍ଚ ସମୟରେ ଯେଭଳି ଏହି ସୁନା ଧରାପଡ଼ିନଯିବ ସେଥିପାଇଁ ସମୁଦ୍ର ପାଣି ଭିତରେ ହିଁ ଏହି ସୁନା ବସ୍ତା ରଖାଯାଇଥିଲା | ଏନେଇ ଭାରତୀୟ ତଟରକ୍ଷୀ ବାହିନୀର ଡେପୁଟି ଡାଇରେକ୍ଟର ଜେନେରାଲ୍ (ଅପରେସନ୍ସ) ମନୀଷ ପାଠକ କହିଛନ୍ତି, “ଡିଆରଆଇ ଗୁଇନ୍ଦା ସୂଚନା ପାଇଥିଲା ଯେ ଭାରତ-ଶ୍ରୀଲଙ୍କା ସାମୁଦ୍ରିକ ସୀମା ଦେଇ ବହୁ ମାତ୍ରାରେ ସୁନା ଭାରତକୁ ଆସିବାର ଅଛି | ଏହାପରେ ଲଗାତାର ତିନିଦିନ ଧରି ତଟରକ୍ଷୀ ବାହିନୀ ଅପରେସନ ଆରମ୍ଭ କରିଥିଲା | ଶେଷରେ ଭାରତ-ଶ୍ରୀଲଙ୍କା ସାମୁଦ୍ରିକ ସୀମା ନିକଟରେ ଥିବା ଗଲ୍ଫ୍ ଅଫ୍ ମନ୍ନାରରୁ ୨୦ କୋଟି ଟଙ୍କା ମୂଲ୍ୟର ପ୍ରାୟ ୩୩ କିଲୋଗ୍ରାମ ଚୋରା ସୁନା ଜବତ କରାଯାଇଛି।