ଜମ୍ମୁ ଓ କଶ୍ମୀରରେ ରାଜ୍ୟପାଳଙ୍କ କାମ ହେଲା ମଦ ପିଇବା ଓ ଗଲ୍‌ଫ୍‌ ଖେଳିବା: ସତ୍ୟପାଲ ମଲ୍ଲିକ

ବାଗପତ୍‌ (ଉତ୍ତରପ୍ରଦେଶ): ରବିବାର ଦିନ ଗୋଆର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ କହିଛନ୍ତି ଯେ ଦେଶରେ ରାଜ୍ୟପାଳଙ୍କ ବିଶେଷ କିଛି କାମ ନାହିଁ। ଜମ୍ମୁ ଓ କଶ୍ମୀରରେ ରାଜ୍ୟପାଳ ମଦ ପିଅନ୍ତି ଓ ଗଲ୍‌ଫ୍‌ ଖେଳନ୍ତି।

ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ ସତ୍ୟପାଲ ମଲ୍ଲିକ ଏହା ପୂର୍ବରୁ ଜମ୍ମୁ ଓ କଶ୍ମୀର ରାଜ୍ୟପାଳ ଥିଲେ। ଉତ୍ତରପ୍ରଦେଶ ବାଗପତ ଠାରେ ଏକ ସର୍ବସାଧାରଣ କାର୍ଯ୍ୟକ୍ରମରେ ଭାଷଣ ଦେଇ ଏ କଥା କହିଛନ୍ତି। ବାଗପତ ହେଉଛି ତାଙ୍କର ପୂର୍ବପୁରୁଷଙ୍କ ବାସସ୍ଥାନ।

ସେ କହିଛନ୍ତି: ରାଜ୍ୟପାଳଙ୍କର କୌଣସି କାମ ନାହିଁ। ଜମ୍ମୁ ଓ କଶ୍ମୀରର ରାଜ୍ୟପାଳ ହେଉଥିବା ବ୍ୟକ୍ତିଜଣକ ସାଧାରଣତଃ ମଦ ପିଅନ୍ତି ଓ ଗଲ୍‌ଫ୍‌ ଖେଳନ୍ତି। ଅନ୍ୟ ରାଜ୍ୟର ରାଜ୍ୟପାଳମାନେ ବାଦବିସମ୍ବାଦ ଠାରୁ ଦୂରେଇ ରହନ୍ତି।

ସମ୍ବନ୍ଧିତ ଖବର