ନୂଆଦିଲ୍ଲୀ: ପ୍ରବଳ ବର୍ଷାରେ ଦିଲ୍ଳୀର କୋଚିଂ ସେଣ୍ଟର୍‌ ବେସ୍‌ମେଣ୍ଟ୍‌ରେ ପାଣି ପଶି ୪ ଜଣ ଆଇଏଏସ୍‌ ଆଶାୟୀଙ୍କ ମୃତ୍ୟୁ ଘଟଣା ଏବେ ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଳାଇଛି। ଦୃଷ୍ଟି କୋଚିଂ ସେଣ୍ଟରର ସଂସ୍ଥାପକ ବିକାଶ ଦିବ୍ୟକିର୍ତ୍ତି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା  କରିଥିବା ୪ ଛାତ୍ରଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ମୃତ ଛାତ୍ରଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ଦିଲ୍ଲୀ ରାଜେନ୍ଦ୍ର ନଗରରେ ଥିବା ରାଓ କୋଚିଂ ସେଣ୍ଟରେ ପାଣି ପଶିଯିବା ଯୋଗୁ ହୋଇଥିଲା । ଅନ୍ୟ ଜଣେ ଛାତ୍ରଙ୍କର ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଥିଲା ।

Advertisment

ସହାୟତା ରାଶି ଘୋଷଣା କରି ବିକାଶ ଦିବ୍ୟକିର୍ତ୍ତି କହିଛନ୍ତି କି, ମୃତ ୪ ଛାତ୍ରଙ୍କ ପରିବାର ଏବେ କଠିନ ସମୟ ଦେଇ ଗତି କରୁଛନ୍ତି । ଏଭଳି ଦୁଃଖଦ ସମୟରେ ମୁଁ ସେମାନଙ୍କ ସହ ଛିଡା ହୋଇଛି । ଏହାସହ ସେ କହିଛନ୍ତି କି, ଯେତେ ଟଙ୍କା ଦେଲେ ବି ସେହି ପରିବାର ଦୁଖକୁ ଲିଭାଇ ଦିଆଯାଇ ପାରିବ ନାହିଁ ।

ବିକାଶ ଦିବ୍ୟକିର୍ତ୍ତି କହିଛନ୍ତି ଯେ, ରାଓ ଆଇଏଏସରେ ପଢୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ସହାୟତା କରିବାକୁ ସେ ପ୍ରସ୍ତୁତ ଅଛନ୍ତି । ସେମାନଙ୍କ ପାଇଁ ଷ୍ଟଡି ମେଟେରିଆଲ, ନିଶ୍ଳୁକ କୋଚିଂ ଓ ଘର ଯୋଗାଇ ଦେବାକୁ ସେ ପ୍ରସ୍ତୁତ ଅଛନ୍ତି । ଏଥିପାଇଁ ସେ ସୋମବାର ଦିନ କରୋଲ ବାଗରେ ଥିବା ତାଙ୍କ କାର୍ଯ୍ୟାଳୟ ସହ ସଂପର୍କ କରିବାକୁ ରାଓ କୋଚିଂ ସେଣ୍ଟରର ଛାତ୍ରଛାତ୍ରୀମାନଙ୍କୁ କହିଛନ୍ତି ।