ରିଲିଜ୍ ପୂର୍ବରୁ କମାଲ କଲାଣି ‘ଦୃଶ୍ୟମ-୨’, ଜାଣନ୍ତୁ କେତେ କୋଟି ଆୟ କଲାଣି ଫିଲ୍ମ

ମୁମ୍ବାଇ: ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଆଗାମୀ ଫିଲ୍ମ ‘ଦୃଶ୍ୟମ୍-୨’କୁ ଦର୍ଶକ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଛନ୍ତି। ପ୍ରଥମେ ଅଜୟ ଦେବଗନ ଫିଲ୍ମର ଟିଜର ସେୟାର କରିବା ସହ ପରେ ଫିଲ୍ମର ଟ୍ରେଲ ରିଲିଜ କରାଯାଇଥିଲା। ଟ୍ରେଲର ରିଲିଜ ପରେ ଫିଲ୍ମକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ବଢ଼ିଥିବା ଦେଖାଯାଇଥିଲା। ରିଲିଜ୍ ପୂର୍ବରୁ ଆଗୁଆ ଟିକେଟ ବୁକିଂ ଆରମ୍ଭ ହୋଇଥିବା ବେଳେ ଫିଲ୍ମକୁ ନେଇ ଦର୍ଶକ କେ‌ତେ ଉତ୍ସାହିତ ତାହା ଜଣାପଡ଼ିଛି।

ଆସନ୍ତାକାଲି ରିଲିଜ ହେବାକୁ ଥିବା ଫିଲ୍ମ ‘ଦୃଶ୍ୟମ୍-୨’ ଆଗୁଆ ଟିକେଟ ବୁକିଂରୁ କୋଟି କୋଟି ଟଙ୍କା ଆୟ କରିଥିବା ଜଣାପଡ଼ିଛି। ବକ୍ସ ଅଫିସ ଇଣ୍ଡିଆ ରିପୋର୍ଟ ମୁତାବକ, ‘ଦୃଶ୍ୟମ୍-୨’ ଆଡଭାନ୍ସ ବୁକିଂରୁ ୪.୫୦କୋଟି ଟଙ୍କା ଆୟ କରିସାରିଛି। ଫିଲ୍ମ ପୂର୍ବରୁ ଏତେ କୋଟି ଟଙ୍କାର ଆୟ ହୋଇଥିବା ବେଳେ ରିଲିଜ୍ ପରେ ଏହା ବଢ଼ିବ ବୋଲି ଆଶା କରାଯାଉଛି।

ତେବେ ପ୍ରଥମ ଭାଗ ଭଳି ଦ୍ବିତୀୟ ଭାଗରେ ସମାନ କଳାକାର ରହିଥିବା ବେଳେ ଅଭିନେତା ଅକ୍ଷୟ ଖନ୍ନାଙ୍କୁ ଏଥିରେ ସାମିଲ କରାଯାଇଛି। ସେ ଫିଲ୍ମର ପ୍ରଥମ ଭାଗରେ ‌ହୋଇଥିବା ହତ୍ୟା ଘଟଣାର ତଦନ୍ତ କରିବେ। ଏଥିରେ ଅଜୟ ଦେବଗନ ନିଜ ପରିବାରକୁ ବଞ୍ଚାଇବା ପାଇଁ ଅକ୍ଷୟ ଖନ୍ନାଙ୍କ ପ୍ରଶ୍ନର କିଭଳି ସାମ୍ନା କରିବେ ତାହା ଦେଖିବାକୁ ମିଳିବ।

ସମ୍ବନ୍ଧିତ ଖବର