ବଲିଉଡର ବଡ଼ ବଡ଼ ଫିଲ୍ମକୁ ପଛରେ ପକାଇଲା ‘ଦୃଶ୍ୟମ୍-୨’
ମୁମ୍ବାଇ: ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଆଗାମୀ ଫିଲ୍ମ ‘ଦୃଶ୍ୟମ୍-୨’କୁ ଦର୍ଶକ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଥିଲେ। ପ୍ରଥମେ ଅଜୟ ଦେବଗନ ଫିଲ୍ମର ଟିଜର ସେୟାର କରିବା ସହ ପରେ ଫିଲ୍ମର ଟ୍ରେଲର ରିଲିଜ କରାଯାଇଥିଲା। ଟ୍ରେଲର ରିଲିଜ ପରେ ଫିଲ୍ମକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ବଢ଼ିଥିବା ଦେଖାଯାଇଥିଲା। ରିଲିଜ୍ ପୂର୍ବରୁ ଆଗୁଆ ଟିକେଟ ବୁକିଂ ଆରମ୍ଭ ହୋଇଥିବା ବେଳେ ରିଲିଜ୍ ପରେ ଫିଲ୍ମକୁ ନେଇ ଦର୍ଶକ କେତେ ଉତ୍ସାହିତ ଥିଲେ ତାହା ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ରିଲିଜ ପରେ ପରେ ଫିଲ୍ମଟି ଅନେକ ବଡ଼ ବଡ଼ ବଜେଟର ଫିଲ୍ମକୁ ପଛରେ ପକାଇଛି। ଅଜୟ ଦେବଗନଙ୍କ ‘ଦୃଶ୍ୟମ୍-୨’ ଅଭିନେତ୍ରୀ ଆଲିଆ ଭଟ୍ଟ, ଅକ୍ଷୟ କୁମାର, କାର୍ତ୍ତିକ ଆରୟନ, ରଣବୀର କପୁର ଏବଂ ରିତିକ ରୋଶନଙ୍କ ଚଳିତ ବର୍ଷ ରିଲିଜ ହୋଇଥିବା ଫିଲ୍ମକୁ ପଛରେ ପକାଇଛି।
ମିଳିଥିବା ସୂଚନା ମୁତାବକ, ଫିଲ୍ମ ‘ଦୃଶ୍ୟମ୍-୨’ ପ୍ରଥମ ଦିନରେ ୧୫.୩୮କୋଟି ଟଙ୍କା ଆୟ କରିଛି। ଏହି ଫିଲ୍ମଟି ଅକ୍ଷୟ କୁମାରଙ୍କ ‘ରାମ ସେତୁ’-‘ପୃଥ୍ବୀରାଜ ଚୌହାନ’-‘ବଚ୍ଚନ ପାଣ୍ଡେ’-‘ରକ୍ଷା ବନ୍ଧନ’, ସୈଫ୍ ଅଲୀ ଖାନ ଓ ରିତିକ ରୋଶନଙ୍କ ‘ବିକ୍ରମ ବେଦା’, ଆଲିଆ ଭଟ୍ଟଙ୍କ ‘ଗଙ୍ଗୁବାଇ କାଠିଆବାଡି’, କାର୍ତ୍ତିକ ଆରୟନଙ୍କ ‘ଭୁଲ ଭୁଲୈଆ-୨’ ଓ ରଣବୀର କପୁରଙ୍କ ‘ଶମଶେରା’କୁ ପଛରେ ପକାଇଛି। ଅଜୟ ଦେବଗନ ନିଜ ଫିଲ୍ମକୁ ମଧ୍ୟ ମାତ୍ ଦେଇଛନ୍ତି। କିଛି ଦିନ ତଳେ ରିଲିଜ ହୋଇଥିବା ‘ଥ୍ୟାଙ୍କ ଗଡ’କୁ ମଧ୍ୟ ପ୍ରଥମ ଦିନର ଆୟରେ ପଛରେ ପକାଇଛି ‘ଦୃଶ୍ୟମ୍-୨’।