ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ଡ୍ରାଇଭରକୁ ଗିରଫ କରିଛି। ସେ ପାକିସ୍ତାନ ପାଇଁ ଗୁପ୍ତଚର ତଥ୍ୟ ସଂଗ୍ରହ କରି ତଥ୍ୟ ପଠାଇଥିବା ଅଭିଯୋଗ ହୋଇଛି। ଦିଲ୍ଲୀ ପୁଲିସର କ୍ରାଇମବ୍ରାଞ୍ଚ ଜବାହରଲାଲ ନେହେରୁ ଭବନରୁ ଡ୍ରାଇଭର ଗିରଫ କରିଛି। ଡ୍ରାଇଭର ଟଙ୍କା ବଦଳରେ ପାକିସ୍ତାନକୁ ଗୁପ୍ତ ସୂଚନା ଏବଂ ଡକ୍ୟୁମେଣ୍ଟ ପ୍ରଦାନ କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ମୁତାବକ ଡ୍ରାଇଭର ଜଣକ ଯାହାଙ୍କୁ ସୂଚନା ଦେଉଥିଲେ ତାଙ୍କ ନାମ ପୁନମ୍ ଶର୍ମା ଓରଫ ପୂଜା ବୋଲି ସେ କହିଛନ୍ତି | ତେବେ ଏହି ମାମଲା ହନିଟ୍ରାପ ବୋଲି କୁହାଯାଉଛି। କାରଣ ତଦନ୍ତରୁ ଜଣାପଡିଛି ଯେ ସିଏ ଯାହା ସହ କଥା ହେଉଥିଲେ ତାଙ୍କର ପ୍ରକୃତ ନାମ ଏପର୍ଯ୍ୟନ୍ତ ଜଣାପଡିନାହିଁ |
ମିଳିଥିବା ସୂଚନା ମୁତାବକ ଦିଲ୍ଲୀ ପୁଲିସର କ୍ରାଇମବ୍ରାଞ୍ଚକୁ ଗୁଇନ୍ଦା ସୂଚନା ମିଳିଥିଲା ଯେ ବୈଦେଶିକ ମନ୍ତ୍ରାଳୟର କେହି ପାକିସ୍ତାନକୁ ଗୁପ୍ତ ତଥ୍ୟ ପଠାଉଛନ୍ତି | ଏହା ପରେ ଅନୁସନ୍ଧାନ କରାଯାଇଥିଲା | ସୂଚନାନୁସାରେ, ଧରାପଡିଥିବା ଡ୍ରାଇଭର ପାକିସ୍ତାନର ଜଣେ ମହିଳା ଗୁପ୍ତଚରଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ସୂଚନା ପଠାଉଥିଲେ। ଯେଉଁ ମହିଳାଙ୍କ ସହ ସେ ଯୋଗାଯୋଗ କରୁଥିଲେ ସେହି ମହିଳା କହିଥିଲେ ଯେ ସେ କୋଲକାତାରେ ରୁହନ୍ତି।
ସୂତ୍ରରୁ ପ୍ରକାଶ ଯେ ଏହି ମହିଳା ପାକିସ୍ତାନର ଆଇଏସଆଇର ଜଣେ ଏଜେଣ୍ଟ। ସୂଚନାନୁସାରେ, ସେ ଟଙ୍କା ବଦଳରେ ପାକିସ୍ତାନକୁ ଗୁପ୍ତ ସୂଚନା ଦେଉଥିଲେ। କୁହାଯାଉଛି ଯେ ଡ୍ରାଇଭର ଜଣକ ହନିଟ୍ରାପର ଶିକାର ହୋଇଥିଲେ | ଦିଲ୍ଲୀ ପୁଲିସର ସୂଚନାନୁସାରେ, ପାକିସ୍ତାନୀ ଗୁପ୍ତଚର ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ଡ୍ରାଇଭରକୁ ଫସାଇବା ପାଇଁ ନକଲି ଆଇଡି ବ୍ୟବହାର କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/honey-trap-new.jpg)