ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଜଣେ ବସ୍ ଚାଳକ ନିଜ ଆସନରେ ବସି ଗାଡି ଚଳାଉଛନ୍ତି । ଏହି ସମୟରେ ହଠାତ ତାଙ୍କ ସ୍ବାସ୍ଥ୍ୟ ଅସୁସ୍ଥ ହେବାରୁ ସେ ଅଚେତ ହୋଇପଡ଼ୁଥିବା ଦେଖିବାକୁ ମିଳୁଛି।
ଏଭଳି ପରିସ୍ଥିତିରେ ଉକ୍ତ ବସରେ ବସି ଯାତ୍ରା କରୁଥିବା ଜଣେ ୭ମ ଶ୍ରେଣୀରେ ପାଠପଢ଼ୁଥିବା ବାଳକ ଚାଳକଙ୍କ ଏଭଳି ଅବସ୍ଥା ଦେଖି ତାଙ୍କ ପାଖକୁ ଧାଇଁ ଆସୁଛନ୍ତି। ଆଉ ଉପସ୍ଥିତ ବୁଦ୍ଧି ଖଟାଇ ବସର ଷ୍ଟାର୍ଟ ବନ୍ଦ କରି ଦେଉଛନ୍ତି।
ଏଥିସହିତ ଉକ୍ତ ବସରେ ବସି ଯାତ୍ରା କରୁଥିବା ତାଙ୍କ ସାଥୀମାନେ ଏହି ଘଟଣା ଦେଖି ଭୟରେ କାନ୍ଦୁିବାକୁ ଲାଗୁଛନ୍ତି। ସାଙ୍ଗମାନଙ୍କୁ ଭୟ ନକରି ଧୌର୍ଯ୍ୟ ଧରିବାକୁ ବୁଝାଉଥିବା ବି ବାଳକଙ୍କୁ ଏହି ଭିଡିଓରେ ଦେଖିବାକୁ ମିଳୁଛି।
ଏହି ବାଳକଙ୍କ ପାଇଁ ଏକ ବଡ଼ ଦୁର୍ଘଟଣା ଘଟିବାରୁ ଅଳ୍ପକେ ବର୍ତ୍ତି ଯାଇଛି। ତେବେ ବସରେ ଲାଗିଥିବା ସିସିଟିଭି ଭିଡିଓରେ ଏହି ଘଟଣା ରେକର୍ଡ ହୋଇଯାଇଥିଲା। ପୁଲିସ ଉକ୍ତ ଭିଡିଓ ଯାଞ୍ଚ କରିବା ପରେ ଘଟଣା ସାମ୍ନାକୁ ଆସିଥିଲା।
ୱାରେନ୍ କନ୍ସୋଲିଡେଟେଡ ସ୍କୁଲ୍ ଏହି ଭିଡିଓ ସେୟାର କରିଛି।| ଏହି ଭିଡିଓକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ବହୁତ ଭୟାବହ ଭିଡିଓ। ଯଦି ଉକ୍ତ ପିଲା ଜଣକ ସକ୍ରିୟ ନଥାନ୍ତେ,ତେବେ ବଡ଼ ଦୁର୍ଘଟଣା ଘଟି ଯାଇଥାଆନ୍ତା ।
ଅନ୍ୟ ଜଣେ ଲେଖିଛନ୍ତି - ଏହି ଭିଡିଓ ଦେଖି ଜଣାପଡୁଛି ଯେ ସମସ୍ତ ଗାଡ଼ିରେ ଥିବା ଜରୁରିକାଳୀନ ବଟନ୍ ସମ୍ବନ୍ଧୀୟ ସୂଚନା ସମସ୍ତଙ୍କୁ ଦିଆଯିବା ଉଚିତ୍ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/42eb92fe-68e1-40c0-9efa-08ed82f4112f.jpg)