ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଜଣେ ଶିଖ୍ ଡ୍ରାଇଭରଙ୍କୁ ମାଡ଼ମରା ଘଟଣାକୁ ନେଇ ପୁଲିସ ବିରୁଦ୍ଧରେ ଲୋକେ ସ୍ୱର ଉତ୍ତୋଳନ କରିଛନ୍ତି। ସେମାନେ ଏହି ଘଟଣାର ପ୍ରତିବାଦରେ ମୁଖାର୍ଜୀ ନଗରରେ ବିରୋଧ ପ୍ରଦର୍ଶନ କରିଛନ୍ତି। ସୂଚନାଯୋଗ୍ୟ ଯେ ଅଟୋ ଡ୍ରାଇଭର ସରବଜିତ୍ ସିଂହ ଓ ତାଙ୍କର ପୁଅକୁ କେତେକ ପୁଲିସ କର୍ମଚାରୀ ମାଡ଼ ମାରିଥିଲେ,ଯାହାର ଭିଡ଼ିଓ ଭାଇରାଲ ହେବା ପରେ ଲୋକେ ଉତ୍ତେଜିତ ହୋଇ ଏଭଳି ପଦକ୍ଷେପ ନେଇଥିଲେ।
ଅପରପକ୍ଷରେ ପୁଲିସର କହିବା କଥା ଯେ ଅଟୋ ଡ୍ରାଇଭର ଜଣକ ଉତକ୍ଷିପ୍ତ ହୋଇ ତଲଓ୍ଵାର୍ ବାହାର କରି ପୁଲିସ କର୍ମଚାରୀମାନଙ୍କ ମୁଣ୍ଡକୁ ଆଘାତ କରିଥିଲେ। କିନ୍ତୁ ଅଭିଯୁକ୍ତ ସରବଜିତ ସିଂହଙ୍କ ପିତା କହିଛନ୍ତି ଯେ ତାଙ୍କ ପୁଅ କାହାରିକୁ ଆକ୍ରମଣ କରିବା ଉଦ୍ଦେଶ୍ୟରେ ନୁହେଁ ବରଂ ଆତ୍ମରକ୍ଷା ପାଇଁ ତଲଓ୍ଵାର୍ ବାହାର କରିଥିଲା। ସେ କାହାରି କୌଣସି ପ୍ରକାରର କ୍ଷତି କରି ନଥିଲା ବୋଲି ଦୃଢତାର ସହିତ କହିଛନ୍ତି ସରବଜିତଙ୍କ ପିତା ।
photo-atulauto.co.inଏହି ଘଟଣାରେ ଜଣେ ପୁଲିସ ଅଧିକାରୀ ଆହତ ହେବା ପରେ ପୁଲିସ ସରବଜିତଙ୍କୁ ଗିରଫ କରାଯାଇଥିଲା ବୋଲି ପୁଲିସ୍ ପକ୍ଷରୁ କୁହାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/police-delhi-1.jpg)