ଆସନ୍ତା ୨୮ ତାରିଖରୁ ଦେଶରେ ଗଡ଼ିବ ଡ୍ରାଇଭର ବିହୀନ ମେଟ୍ରୋ ଟ୍ରେନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଡିସେମ୍ବର ୨୮ ତାରିଖ ଦିନ ଦିଲ୍ଲୀରେ ଦେଶର ପ୍ରଥମ ଡ୍ରାଇଭର ବିହୀନ ମେଟ୍ରୋ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ଚଳିତ ମାସ ଶେଷ ସୁଦ୍ଧା ପ୍ରଧାନମନ୍ତ୍ରୀ ପ୍ରଥମ ଡ୍ରାଇଭର ବିହୀନ ମେଟ୍ରୋ ଲଞ୍ଚ କରିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା, କିନ୍ତୁ ଆଜି ଏହାକୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ଦେଶର ପ୍ରଥମ ସଂପୂର୍ଣ୍ଣ ସ୍ୱୟଂଚାଳିତ ଡ୍ରାଇଭର ବିହୀନ ଟ୍ରେନ୍ ୩୭ କିଲୋମିଟର ଯାଏଁ ଯିବାକୁ ଥିବାବେଳେ ଦିଲ୍ଲୀର ଜନକପୁରୀ ପଶ୍ଚିମରୁ ନୋଏଡାର ବଟାନିକାଲ୍ ଗାର୍ଡେନ୍ ମଧ୍ୟରେ ଏହି ମେଟ୍ରୋ ଚଳାଚଳ କରିବ|

ମୋଦୀ ଡ୍ରାଇଭର ବିହୀନ ମେଟ୍ରୋ ସହ ନ୍ୟାସନାଲ କମନ୍ ମୋବିଲିଟି କାର୍ଡ ମଧ୍ୟ ଲଞ୍ଚ କରିବେ। ସୂଚନା ଥାଉ କି ଦିଲ୍ଲୀ ମେଟ୍ରୋ, ୨୦୦୨ ମସିହା ଡିସେମ୍ବର ୨ ତାରିଖରେ ଆରମ୍ଭ ହୋଇଥିଲା | ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ କେ ଶାହାଦରା ଠାରୁ ତିସହଜାରୀ ପର୍ଯ୍ୟନ୍ତ ୮.୨ କିଲୋମିଟର ମେଟ୍ରୋ ସେବାକୁ ଉଦ୍ଘାଟନ କରିଥିଲେ, ଯେଉଁଥିରେ ମାତ୍ର ୬ଟି ଷ୍ଟେସନ୍ ଥିଲା |

ବର୍ତ୍ତମାନ ୨୪୨ ଥିବାବେଳେ ଷ୍ଟେସନ୍ ସହିତ ୧୦ଟି ଲାଇନ ଅଛି ଏବଂ ପ୍ରତିଦିନ ହାରାହାରି ୨୬ ଲକ୍ଷରୁ ଅଧିକ ଯାତ୍ରୀ ଦିଲ୍ଲୀ ମେଟ୍ରୋରେ ଯାତ୍ରା କରୁଛନ୍ତି |

ସମ୍ବନ୍ଧିତ ଖବର